କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର

ଭୁବନେଶ୍ୱର : କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନି । ଗତ ୨୬ ଦିନ ହେବ ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏବେ ଅନ୍ୟ ଏକ କୋଭିଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅମ୍ଳଜାନ ସ୍ତର କମିଯାଉଥିବାରୁ ସ୍ୱତନ୍ତ୍ର ସଘନ କେନ୍ଦ୍ରରେ ରଖାଯାଇ ଚିକିତ୍ସିତ କରାଯାଉଛି । ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିବା ବେଳେ ଅବସ୍ଥାରେ କୌଣସି ଉନ୍ନତି ଆସୁନାହିଁ । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବା ବେଳେ ଅର୍ଥର ଅଭାବ ଏବେ ମୁଖ୍ୟ ସମସ୍ୟା ହୋଇଛି । ଡାକ୍ତରଙ୍କ କହିବା ଅନୁସାରେ ଏକମୋ ଚିକିତ୍ସା ଦିଆଗଲେ ସେ ସୁସ୍ଥ ହୋଇଯିବେ । କିନ୍ତୁ ଏଯାବତ ଏକମୋ ଚିକିତ୍ସା ଦିଆଯାଇନାହିଁ । ଏ ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷରୁ ଅଧିକ ଖର୍ଚ୍ଚ ସରିଲା ପରେ ବି କୌଣସି ସୁଫଳ ମିଳୁନାହିଁ । ଜଣେ ଲୋକପି୍ରୟ କଣ୍ଠଶିଳ୍ପୀଙ୍କ ଏଭଳି ଅବସ୍ଥାରେ ସଂସ୍କୃତି ବିଭାଗ ସହାୟତାରେ ହାତ ବଢ଼ାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

Related Articles

Leave a Reply

Your email address will not be published.

Back to top button