ଔଷଧ ଦୋକାନରେ ବିକ୍ରି ହୋଇପାରିବନି କରୋନା ଟିକା

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ କରୋନା ଟିକା ଖୋଲା ବଜାରରେ ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେହିପରି ୧ ତାରିଖରୁ ୧୮ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ। ଖୋଲା ବଜାରରେ ଟିକା ମିଳିବ ବୋଲି ସରକାର କହିଥିବାରୁ ସମସ୍ତେ ଭାବିଥିଲେ ବଡ଼ବଡ଼ ମେଡିସିନ ଦୋକାନରେ ମଧ୍ୟ କରୋନା ଟିକା ଉପଲବ୍ଧ ହେବ। କିନ୍ତୁ କରୋନା ଟିକା କୌଣସି ଔଷଧ ଦୋକାନରେ ବିକ୍ରି ପାଇଁ ଉପଲବ୍ଧ ହେବନାହିଁ। କେବଳ ହସ୍ପିଟାଲ ଓ ଅନୁମତିପ୍ରାପ୍ତ ଟିକାକରଣ କେନ୍ଦ୍ରରେ ହିଁ କରୋନା ଟିକା ଉପଲବ୍ଧ ହେବ। ହସ୍ପିଟାଲ ଓ ଟିକାକରଣ କେନ୍ଦ୍ର ବାଦ୍‌ ଆଉ କେଉଁଠି ବି ଲୋକଙ୍କୁ ଟିକା ମିଳିବ ନାହିଁ। ଟିକାକରଣ ପରେ ପାର୍ଶ୍ୱପ୍ରତିକ୍ରିୟା କୋ-ୱିନ ଆପ୍‌ରେ ରେକର୍ଡ ହେବ ଓ ଏହାକୁ ତର୍ଜମା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button