‘ଓଡ଼ିଶାରେ ସଂକ୍ରମଣ ବଢିବା ସମ୍ଭାବନା ରହିଛି’

ଭୁବନେଶ୍ୱର: ‘ଓଡ଼ିଶାରେ ସଂକ୍ରମଣ ବଢିବା ସମ୍ଭାବନା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।  ତାଙ୍କ ସୂଚନା ଅନୁଯାୟୀ ଗତ ୨ ମାସ ଭିତରେ ସାରା ଦେଶରେ ସଂକ୍ରମଣ କିଛି ପରିମାଣରେ ବଢିଛି ।  ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ କେସ ସାରା ଦେଶରୁ ବାହାରୁଛି ।  ଏହା ଦ୍ୱିତୀୟ ଲହରି କି ନୁହେଁ କହି ହେବ ନାହିଁ । ଲୋକେ ଟିକା ଢିଲା ହୋଇଛନ୍ତି । ରାଜ୍ୟରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ।

କୌଣସି ଜାଗାରେ ବଢୁଛି କି ନାହିଁ କଣ୍ଟାକ୍ଟ ଟ୍ରେସିଂ କରି ଦେଖାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅନ୍ୟପକ୍ଷରେ ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁ ଦିନ କୋଭିଡ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତାଙ୍କ ସୂଚନା ଅନୁଯାୟୀ ପ୍ରତିଦିନ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି ।  ରାଜ୍ୟରେ ଖରା ବଢୁଥିବାରୁ ଟିକାଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ ଟିକାଦାନ କରାଯାଉଛି ।

Related Articles

Leave a Reply

Your email address will not be published.

Back to top button