ଓଡ଼ିଆ ଚଳଚିତ୍ରକୁ ସମୃଦ୍ଧିଶାଳୀ କରିବ କଳିଙ୍ଗ ଷ୍ଟୁଡିଓ
କଟକ: ଓଡ଼ିଆ ଚଳଚିତ୍ର ର ଇତିହାସ ବହୁତ ପୁରୁଣା ,ମୁଁ ଅନ୍ତତଃ ଓଡ଼ିଆ ଚଳଚିତ୍ର ଦୁନିଆ ସହିତ ୧୯୮୦ ମସିହା ରୁ ଅଙ୍ଗାଅଙ୍ଗି ଭାବେ ଜଡିତ ,ଓଡ଼ିଆ ଚଳଚିତ୍ର ଜଗତ ର ଏକମାତ୍ର ଶୋମ୍ୟାନ ଅନେକ ଷ୍ଟାର ମାନଙ୍କୁ ନିଜ ହାତ ରେ ଗଢି ଥିବା ନିର୍ମାତା ବସନ୍ତ ନାୟକ ,ନିର୍ଦେଶକ ସ୍ବର୍ଗତ ମହମ୍ମଦ ମହସୀନ,ସୁନାମ ଧନ୍ୟ ନିର୍ମାତା ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ,ସ୍ବର୍ଗତ ଅମୀୟ ପଟ୍ଟନାୟକ ,କେଶବ ରାଉତ ,ସୁବାଷ ରାଉତ,ନିର୍ଦେଶକ ରାଜୁ ମିଶ୍ର ,ସବ୍ୟ ସାଚି ମହାପାତ୍ର ,ଅରୁଣ ମହାନ୍ତି, ସ୍ବର୍ଗତ ନିର୍ଦେଶକ ହର ପଟ୍ଟନାୟକ ,ସୁଶାନ୍ତ ମଣି ,ଅଶୋକ ପତି, ସୁନାମ ଧନ୍ୟ ଗୀତିକାର ସଂଗୀତ ନିର୍ଦେଶକ ସ୍ବର୍ଗୀୟ ବାସୁଦେବ ରଥ, ମହମ୍ମଦ ମୂଶୀର, ମହାନ ସଂଗୀତଜ୍ଞ ସ୍ବର୍ଗତ ଅକ୍ଷୟ ମହାନ୍ତି ,ସ୍ବର୍ଗତ ବିନୋଦ ନନ୍ଦ, ଅଭିନେତା ନିର୍ଦେଶକ ପ୍ରଶାନ୍ତ ନନ୍ଦ,ସ୍ବର୍ଗୀୟ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଜୟୀରାମ ସାମଲ, ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ନିର୍ଦେଶକ ଅଭିନାଶ ନନ୍ଦ ,ସ୍ବର୍ଗତ ଧୀର ବିଶ୍ୱାଳ ,ନୀତାଇ ପାଲିତ,ନିର୍ମାତା ଜ୍ଞାନ ପଟ୍ଟନାୟକ,ସଙ୍ଗୀତ ନିର୍ଦେଶକ ମଳୟ ମିଶ୍ର, ଗୀତିକାର ସ୍ଵର୍ଗତ ନିଜାମ ଭାଇ, ବରିଷ୍ଠ ଅଭିନେତ୍ରୀ ମହେଶ୍ୱତା ରାୟ ,ଅପରାଜିତା ମହାନ୍ତି,ତନ୍ଦ୍ରା ରାୟ ଅଭିନେତା ସିଦ୍ଧାର୍ଥ ମହାପାତ୍ର ,ମିହିର ଦାସ, ସୁପର ଷ୍ଟାର ଅନୁଭବ ମହାନ୍ତି, ମୁନା ଖାନ, ବାବୁ ଶାନ, ଅରିନ୍ଦମ ରାୟ ପ୍ରମୁଖ ଯେଉଁ ମାନେ କି ଓଡ଼ିଆ ଚଳଚିତ୍ର କୁ ସମୃଦ୍ଧ ଶାଳୀ କରିଛନ୍ତି !
ପ୍ରଥମ କରି ଜାତୀୟ ସ୍ତର ରେ ୧୯୫୪ ମସିହା ରେ ପ୍ରତିଷ୍ଠା ଲାଭ କରିଥିବା ନ୍ୟାସନାଲ ଫିଲ୍ମ ଆୱାର୍ଡ ସଂସ୍ଥା ଦ୍ୱାରା ୧୯୬୦ ମସିହା ରେ ପ୍ରଫୁଲ୍ଲ କୁମାର ସେନଗୁପ୍ତା ଙ୍କ ଶ୍ରୀ ଲୋକନାଥ ,୧୯୬୧ ମସିହା ରେ ପ୍ରଭାତ ମୁଖାର୍ଜୀ ଙ୍କ ନିର୍ଦେଶିତ ନୂଆ ବୋହୁ ,ପି.କେ.ସେନଗୁପ୍ତା ଙ୍କ ନିର୍ଦେଶିତ ସୂର୍ଯ୍ୟମୂଖୀ ,୧୯୬୨ ମସିହା ରେ ସାରଦା ନାୟକ ଙ୍କ ଲକ୍ଷ୍ମୀ ,ପ୍ରଭାତ ମୁଖାର୍ଜୀ ଙ୍କ ଜୀବନ ସାଥି ,୧୯୬୩ ମସିହା ରେ ତ୍ରିଲୋଚନ ନରେନ୍ଦ୍ର କୁମାର ମିତ୍ର ,ଅମରେନ୍ଦୁ ବାଗେଇ,କବି ଚନ୍ଦ୍ର କାଳିଚରଣ ପଟ୍ଟନାୟକ ଙ୍କ ନାରୀ ,୧୯୬୪ ମସିହା ରେ ପ୍ରଭାତ ମୁଖାର୍ଜୀ ଙ୍କ ସାଧନା ,ସଚିନ ମୁଖାର୍ଜୀ ଙ୍କ ନବଜନ୍ମ,୧୯୬୬ ମସିହା ରେ ସିଦ୍ଧାର୍ଥ ଙ୍କ କା ,୧୬୬୭ ମସିହା ରେ ପ୍ରଫୁଲ୍ଲ ସେନଗୁପ୍ତ ଙ୍କ ଅରୁନ୍ଧତୀ ,୧୯୬୮ ମସିହା ରେ ସିଦ୍ଧାର୍ଥ ଙ୍କ ସ୍ତ୍ରୀ,୧୯୭୬ ମସିହା ରେ ପ୍ରଶାନ୍ତ ନନ୍ଦ ଙ୍କ ଶେଷ ଶ୍ରାବଣ ,୧୯୭୭ ମସିହା ରେ ବିପ୍ଳବ ରାୟ ଚୌହାନ ଙ୍କ ଚିଲିକା ତୀରେ, ୧୯୮୧ ମସିହା ରେ ମନମୋହନ ମହାପାତ୍ର ଙ୍କ ଶୀତରାତି,୧୯୮୩ ମସିହା ରେ ନିରବ ଝଡ,୧୯୮୪ ମସିହା ରେ କାଳାନ୍ତ ଅପରାହ୍ନ , ୧୯୮୬ ମସିହା ରେ ମଝି ପାହାଚ, ୧୯୮୭ ମସିହା ରେ ନିଷିଦ୍ଧ ସ୍ବପ୍ନ ,୧୯୮୮ ମସିହା ରେ କିଛି ସ୍ମୃତି କିଛି ଅନୁଭୂତି ,୧୯୮୯ ମସିହା ରେ ଅନ୍ଧ ଦିଗନ୍ତ ,୧୯୯୨ ମସିହା ରେ ବିନୟ ସମୟ ,୧୯୮୫ମସିହା ରେ ପ୍ରଣବ ଦାସ ଙ୍କ ହାକିମ ବାବୁ ,୧୯୯୧ ମସିହା ରେ ବିଜୟ ଜେନା ଙ୍କ ତାରା ,୧୯୯୩ ମସିହା ରେ ବିପ୍ଳବ ରାୟ ଚୌଧୁରୀ ଙ୍କ ଅରଣ୍ୟ ରୋଦନ,୧୯୯୫ ମସିହା ରେ ଗୌରୀଶଙ୍କର ଦାସ ଓ ମଳୟ କୁମାର ରାୟ ଙ୍କ ମୋୖକ୍ଷ,୧୯୯୬ ମସିହା ହିମାଂଶୁ ଶେଖର ଖଟୁଆ ଙ୍କ ଶୂନ୍ୟ ସ୍ୱରୂପ,୨୦୦୫ ମସିହା ରେ କଥାନ୍ତର ,୧୯୯୭ ମସିହା ରେ ଅପୂର୍ବ କିଶୋର ବୀର ଙ୍କ ଶେଷ ଦୃଷ୍ଟି,୧୯୯୮ ମସିହା ରେ ନନ୍ଦନ,୧୯୯୯ ମସିହା ରେ ସୁଶାନ୍ତ ମିଶ୍ର ଙ୍କ ବିଶ୍ୱ ପ୍ରକାଶ ,୨୦୦୧ ମସିହା ରେ ପ୍ରଫୁଲ୍ଲ ମହାନ୍ତି ଙ୍କ ମାଗୁଣି ର ଶଗଡ଼,୨୦୦୩ ମସିହା ରେ ସୁବାଷ ଦାସ ଙ୍କ ଅ ଆକାର ଆ , ୨୦୦୬ ମସିହା ରେ ଗଦାଧର ପୁଟ୍ଟୀ ଙ୍କ ପୂଜା ପାଇଁ ଫୁଲ ଟିଏ, ୨୦୧୪ ମସିହା ରେ ସବ୍ୟସାଚି ମହାପାତ୍ର ଙ୍କ ଆଦିମ ବିଚାର, ୨୦୧୫ ମସିହା ରେ ପାହାଡ ର ଲୁହା, ୨୦୧୭ ମସିହା ରେ ଶେଷ ଓଡ଼ିଆ ଚଳଚିତ୍ର ଭାବେ ସମ୍ବିତ ମହାନ୍ତି ଙ୍କ ହ୍ୟାଲୋ ଆର୍ଶୀ ଜାତୀୟ ଫିଲ୍ମ ଆୱାର୍ଡ ପାଇଁ ଓଡ଼ିଆ ଜାତି କୁ ଗୌରବାନ୍ୱିତ କରି ପାରିଥିଲେ ,୧୯୭୩ ମସିହା ଠାରୁ ଏଯାବତ ପ୍ରାୟ ୪୩ ଖଣ୍ଡ ଓଡ଼ିଆ ଚଳଚିତ୍ର ଯାହାକି ରାଜ୍ୟ ସ୍ତରୀୟ ପୁରସ୍କାର ପାଇ ଆମ ଓଡ଼ିଆ ଚଳଚିତ୍ର ର ଗୁଣବତ୍ତା କୁ ପ୍ରମାଣିତ କରୁଛି !ଅନେକ ଓଡ଼ିଆ ନିର୍ମାତା ନିର୍ଦେଶକ କାଳଜୟୀ ଚଳଚିତ୍ର ନିର୍ମାଣ କରି ଆମ ଓଡ଼ିଆ ସଂସ୍କୃତି କୁ ଇତିହାସ ପୃଷ୍ଠା ରେ ସ୍ଵର୍ଣ ଅକ୍ଷର ରେ ଲିପି ବଦ୍ଧ କରି ଯାଇଛନ୍ତି !
ଓଡ଼ିଆ ଚଳଚିତ୍ର କୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟ ରେ ୧୯୭୬ ମସିହା ରେ କଟକ ଠାରେ ପ୍ରତିଷ୍ଠା ଲାଭ କରିଥିବା ଓଡ଼ିଆ ଚଳଚିତ୍ର ନିଗମ ପରେ ଡେପୁଟି ଡାଇରେକ୍ଟର ଶ୍ରୀଯୁକ୍ତ ପି.କେ.ମିଶ୍ର ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଓଡିଶା ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଦୁରଦୃଷ୍ଟି ଯୋଗୁଁ ଭୁବନେଶ୍ୱର ଖଣ୍ଡଗିରି ଠାରେ ୧୯୮୨ ମସିହା ରେ ୨୬ ଏକର ଜମି ଉପରେ ପ୍ରତିଷ୍ଠା ଲାଭ କଲା କଳିଙ୍ଗ ଷ୍ଟୁଡିଓ ! ଅତୀତ ରେ ବାଂଗଲା ଦେଶ ,ନେପାଳ ,ଭୋଜପୁରୀ ସିନେମା ଠାରୁ ଆରମ୍ଭ କରି ଆମ ପଡୋଶୀ ରାଜ୍ୟ ଛତିଶଗଡ ଓ ବଙ୍ଗଳା ଚଳଚିତ୍ର ଵାଲା କଳିଙ୍ଗ ଷ୍ଟୁଡିଓ କୁ ଆସୁଥିଲେ ଡବିଙ୍ଗ ଓ ଏଡିଟିଂ କରିବା ସହିତ ସୁଟିଂ କରିବା ପାଇଁ ,୧୯୯୯ ମସିହାରେ ମହାବାତ୍ୟା ପରେ କଳିଙ୍ଗ ଷ୍ଟୁଡିଓ ସମ୍ପୂର୍ଣ କ୍ଷତିଗ୍ରସ୍ତ ହେଲା ,ଓଡ଼ିଆ ଚଳଚିତ୍ର ନିର୍ମାଣ କ୍ଷେତ୍ର ରେ ପ୍ରକୃତ ନିର୍ମାତା ଙ୍କ ସଂଖ୍ୟା ଗୌଣ ହୋଇଗଲା ପଶି ଆସିଲେ ଖଣି ମାଫିଆ ,ମଦ ମାଫିଆ ଓ ଜମି ମାଫିଆ ପ୍ରକୃତ କଳାକାର କାମ ପାଇଲେ ନାହିଁ ,ସବୁ କ୍ଷେତ୍ର ରେ କଂପ୍ରମାଇଜ କରୁଥିବା କଳାକାର ମାନେ ଆସ୍ଥାନ ଜମେଇଲେ , ପ୍ରକୃତ ଓଡ଼ିଆ ଚଳଚିତ୍ର ନିର୍ମାତା ବ୍ରଜରାଜ ମୁଭିଜ ର ସଞ୍ଜୟ ନାୟକ ଙ୍କ ଭଳି ବଡ ବଡ଼ ନିର୍ମାତା ନାମୀ ଦାମୀ ବ୍ୟାନର ଚଳଚିତ୍ର ନିର୍ମାଣ ରୁ ଓହରିଗଲେ , ଯାହା ଫଳ ରେ ଓଡ଼ିଆ ଚଳଚିତ୍ର ଦର୍ଶକ ଓଡ଼ିଆ ଡବିଙ୍ଗ(ତେଲଗୁ-ତାମିଲ) ଫିଲ୍ମ ରୁ ମୁହଁ ମୋଡ଼ି ନେଲେ , ଦୀର୍ଘ ବର୍ଷ ପରେ ଧନ୍ୟବାଦ ଦେବି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଓଡିଶା ଚଳଚିତ୍ର ନିଗମ ର ଅଧ୍ୟକ୍ଷ କଟକୀ ଟୋକା କୁନା ତ୍ରିପାଠୀ କୁ ଓଡ଼ିଆ ଚଳଚିତ୍ର ଓ କଳିଙ୍ଗ ଷ୍ଟୁଡିଓ କୁ ନବ କଳେବର କରିବା ସହିତ ପୁନଃଜୀବିତ କରିବା ପାଇଁ ଓଡିଶା ରାଜକୋଷ ରୁ ଚଳିତ ଆର୍ଥିକ ବର୍ଷ ୨୦୦ କୋଟି ଟଙ୍କା ପ୍ରଦାନ କରିବା ସହିତ ଆଜି କଳିଙ୍ଗ ଷ୍ଟୁଡିଓ ଠାରେ ବିଭିନ୍ନ ପ୍ରକଳ୍ପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ! ଭଗବାନ ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଦୀର୍ଘାୟୁ କରିବା ସହିତ ଓଡ଼ିଆ ଚଳଚିତ୍ର ର ହୃଦଗୌରବ କୁ ପୁନର୍ବାର ଫେରାଇ ଦିଅନ୍ତୁ !