ଏପ୍ରିଲରେ ଭାରତ ଗସ୍ତରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଜନସନ୍
 
						ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ଏପ୍ରିଲ ୨୬ ତାରିଖରେ ଭାରତ ଗସ୍ତରେ ଆସିବେ। ବ୍ରିଟେନ୍ ୟୁରୋପୀୟ ସଂଘ ଛାଡ଼ିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ କୌଣସି ବିଦେଶ ରାଷ୍ଟ୍ର ଗସ୍ତରେ ଆସିବେ। ବ୍ରିଟିଶ ପାର୍ଲାମେଣ୍ଟ୍ରେ ଜନସନ ଏନେଇ ଘୋଷଣା କରି କହିଛନ୍ତି ଯେ ଆସନ୍ତା ମାସରେ ମୁଁ ଭାରତ ଗସ୍ତରେ ଯିବି। ବିଶ୍ୱର ବୃହମ ଗଣତାନ୍ତ୍ରିକ ରାଷ୍ଟ୍ର ସହ ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ଜନସନ୍ କହିଛନ୍ତି।
 
				 
					


