ଏନଆଇଏ ହେପାଜତରେ ସଚିନ ୱାଜେ

ମୁମ୍ୱାଇ: ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ଜବତ ମାମଲାରେ ମୁମ୍ୱାଇ ପୋଲିସର ଆସିଷ୍ଟାଣ୍ଟ ଇନ୍ସପେକ୍ଟର ସଚିନ ୱାଜେଙ୍କୁ ଏନଆଇଏ ଗିରଫ କରି ହେପାଜତକୁ ନେଇଛି। ଏନଆଇଏ ସଚିନଙ୍କୁ କୋର୍ଟରେ ହାଜର କରି ୧୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା। କୋର୍ଟ ତାଙ୍କୁ ଫେବ୍ରୁଆରୀ ୨୫ ଯାଏ ରିମାଣ୍ଡରେ ନେବାକୁ ଏନଆଇଏକୁ ଅନୁମତି ଦେଇଛନ୍ତି। ଏହି ମାମଲାରେ ଅନେକ ଅଫିସର, ହାଇପ୍ରୋଫାଇଲ ନେତାଙ୍କ ସଂପୃକ୍ତି ରହିଛି ବୋଲି ଏନଆଇଏ ସନ୍ଦେହ ପ୍ରକାଶ କରୁଛି। ରିମାଣ୍ଡ ବେଳେ ସଚିନ ୱାଜେ ଏବଂ ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ନେତା ଓ ଅଫିସରଙ୍କୁ ସାମ୍ନାସାମ୍ନି କରି ଏନଆଇଏ ଜେରା କରିବ ବୋଲି ଜଣାପଡ଼ିଛି। ତେବେ ସଚିନ ୱାଜେ ଗିରଫ ହେବା ପରେ ଶିବସେନା ସେନା ସଞ୍ଜୟ ରାଉତ ତାଙ୍କ ପାଇଁ ଓକିଲାତି କରିଛନ୍ତି। ଏନଆଇଏ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ। ସଚିନ ୱାଜେ ଜଣେ ଭଲ ଓ ସଚ୍ଚୋଟ ପୋଲିସ ଅଫିସର ବୋଲି ସଞ୍ଜୟ ରାଉତ କହିଛନ୍ତି। ଏନଆଇଏ ସଚିନ ୱାଜେଙ୍କ ଅଧୀନରେ ଥିବା ସମସ୍ତ ପୋଲିସ ଅଫିସର ଏବଂ ଏଟିଏସକୁ ଆବଶ୍ୟକ ହେଲେ ଜେରା କରିପାରେ ବୋଲି ଜଣାପଡ଼ିଛି। ବିସ୍ପୋରକ ଭର୍ତ୍ତି କାରର ମାଲିକ ମନସୁଖ ହିରେନ ଏଟିଏସର ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କ ମୃତଦେହ ରହସ୍ୟଜନକ ଭାବରେ ଉଦ୍ଧାର ହୋଇଥିଲା। ଆଉ ମୃତକଙ୍କ ପରିବାର ଲୋକେ ସିଧା ସଚିନ ୱାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିବା ସମଗ୍ର ଘଟଣାକୁ ଅଧିକ ଜଟିଳ କରିଛି।

Related Articles

Leave a Reply

Your email address will not be published.

Back to top button