ଉଦବେଗ ପ୍ରକାଶ କଲେ ଗଜପତି ମହାରାଜ

ପୁରୀ: ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାରେ ଗଜପତି ମହାରାଜ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାରେ ସେ ଚକ୍କିତ ବୋଲି କହିଛନ୍ତି । ଦୁର୍ବୃତଙ୍କୁ ଧରିବାକୁ ଜିଲ୍ଲା ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ କରୁ ।  ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା ପାଇଁ ଏକ ଷ୍ଟ୍ରାଟେଜି ତିଆରି କରୁ ପୋଲିସ ।  ଏକ ବ୍ୟାପକ ଏବଂ ଫଳପ୍ରଦ ଷ୍ଟ୍ରାଟେଜି ତିଆରି କରାଯାଉ ବୋଲି କହିଛନ୍ତି ଗଜପତି  ।

ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟ ସହ ମା’ଙ୍କ ଗହଣା ଲୁଟି ନେଲେ ଦୁର୍ବୃତ୍ତ । ପ୍ରାୟ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ତେବେ କିଛି ଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହୋଇଥିଲା  । ଆଜି ବଡଦାଣ୍ଡର ବଳଗଣ୍ଡି ନିକଟରେ ଥିବା ମାଉସୀ ମା’ ଙ୍କ ମନ୍ଦିରରୁ ଚୋରି ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ପଶିଥିଲେ ଲୁଟେରା । ଖବର ପାଇ କୁମ୍ଭାରପଡା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published.

Back to top button