ଇମାମୀ ପେପର୍‌ ମିଲ୍‌ରୁ ୧୦୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବେକାବୁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଥିବା ୧୭୪୧ ଜଣ ନୂଆ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲା ୨ ଶହ ଉପରେ ରହିଥିବା ବେଳେ ବାଲେଶ୍ବର, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ କୋରୋନା ଶହେ ଟପିଛି। ବାଲେଶ୍ବର ଜିଲ୍ଲାରୁ ଆଜି ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରର ରେମୁଣା ସ୍ଥିତ ଇମାମୀ ପେପର ମିଲ୍‌ରୁ କେବଳ ବାହାରିଛନ୍ତି ୧୦୧ ଜଣ କୋରୋନା ପଜିଟିଭ୍‌। ଫଳରେ ଇମାମୀ ପେପର୍‌ ମିଲ୍‌ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ଏଥି ସହିତ ମିଲ୍‌ର ୩ଟି ୟୁନିଟ୍‌ ମଧ୍ୟରୁ ଗୋଟିଏ ୟୁନିଟ୍‌କୁ ପ୍ରଶାସନ ବନ୍ଦ କରି ଦେଇଛି। ଏନେଇ ବାଲେଶ୍ୱର ସିଡିଏମ୍ଓ ଦୁଲାଲସେନ୍ ଜଗଦେବ ସୂଚନା ଦେଇଛନ୍ତି । ଇମାମୀ ପେପର୍‌ ମିଲ୍‌ ଅଞ୍ଚଳରୁ ସମୁଦାୟ ୧୦୧ ପିଜିଟଭ୍‌‌ ଚିହ୍ନଟ ହୋଇଥିବା ବେଳେ ୯୦ ଜଣ ହେଉଛନ୍ତି କେବଳ ଇମାମୀ କର୍ମଚାରୀ ଓ ବାକି ୧୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସିଡିଏମ୍‌ଓ ଦୁଲାଳସେନ୍ ଜଗଦ୍ଦେବ ସୂଚନା ଦେଇଛନ୍ତି। ଇମାମୀ ମିଲ୍ ଅଞ୍ଚଳରେ କୋରୋନା ବିସ୍ଫୋରଣ ପରେ କଲୋନୀକୁ ୭ ଦିନ ପାଇଁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରାଯିବା ସହ ୨ ନମ୍ବର ୟୁନିଟ୍‌ ମେସିନ୍ ଓ ଫିନିସିଂ ୟୁନିଟ୍‌କୁ ବନ୍ଦ କରାଯାଇଛି। ଏଥିସହିତ  ପୋଲିସ୍‌ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।

Related Articles

Leave a Reply

Your email address will not be published.

Back to top button