ଆସନ୍ତାକାଲି ଦ୍ୱାଦଶ ପରୀକ୍ଷା ନିଷ୍ପତ୍ତି !
ନୂଆଦିଲ୍ଲୀ : କରୋନା ଭିତରେ ଆସନ୍ତାକାଲି ଦ୍ୱାଦଶ ଓ ଅନ୍ୟ ପ୍ରବେଶିକା ପରୀକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କେନ୍ଦ୍ରର ଆଉ ୩ ଜଣ ମନ୍ତ୍ରୀ ଯୋଗଦେବେ । ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ବୈଠକରେ ଯୋଗଦେବେ । ଏହାଛଡ଼ା ଭିସି ମାଧ୍ୟମରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ସଚିବମାନେ ବି ବୈଠକରେ ଯୋଗଦେବେ । ଏନେଇ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଶିକ୍ଷାମନ୍ତ୍ରୀ ନିଶଙ୍କ ଚିଠି ଲେଖିଛନ୍ତି । ରାଜ୍ୟ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓ ବିଭିନ୍ନ ଶିକ୍ଷା ବୋର୍ଡକୁ ନିଶଙ୍କ ଚିଠି ଲେଖିଛନ୍ତି । କିପରି ଦ୍ୱାଦଶ ଶ୍ରେଣୀ ଓ ଅନ୍ୟ ପ୍ରବେଶିକା ପରୀକ୍ଷା ହେବ ସେ ନେଇ ପ୍ରସ୍ତାବ ଦେବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପିଲାଙ୍କ ସୁରକ୍ଷା ଦେଖି କିପରି ପରୀକ୍ଷା କରାଯିବ ସେନେଇ ଆଲୋଚନା ହେବ । ସିବିଏସଇ ଏନେଇ ଉପାୟ ଖୋଜୁଛି ବୋଲି ନିଶଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।