ଆରଟି-ପିସିଆର ଟେଷ୍ଟରେ ଚିହ୍ନଟ ହୋଇପାରୁନି କରୋନା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଉଗ୍ର ରୂପ ନେଇଛି । ତେବେ ପୂର୍ବର କରୋନା ଭୂତାଣୁଠାରୁ ବର୍ତ୍ତମାନ ବ୍ୟାପୁଥିବା ଭୂତାଣୁ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ବୋଲି ଜଣାପଡ଼ିଛି । ଏହି ନୂଆ ଭୂତାଣୁ ଶରୀରରେ ଏଭଳି ସ୍ଥାନରେ ଲୁଚି ରହୁଛି, ଯାହାକି ଆରଟି-ପିସିଆର ଟେଷ୍ଟ ଦ୍ୱାରା ଠାବ କରିବା ସମ୍ଭବ ହେଉନାହିଁ । ଫଳରେ ସଂକ୍ରମଣ ଧରା ପଡୁନଥିବାରୁ ମାମଲା ପରବର୍ତ୍ତୀ ସମୟରେ ଜଟିଳ ରୂପ ନେଇଛି । ଦିଲ୍ଲୀ ବିଭିନ୍ନ ହସ୍ପିଟାଲରେ ଏଭଳି ରୋଗୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନଙ୍କର କରୋନାର ପୂର୍ଣ୍ଣ ଲକ୍ଷଣ ରହିଥିଲେ ମଧ୍ୟ ଟେଷ୍ଟ ରିପୋର୍ଟ ନେଗେଟିଭ ଆସୁଛି । ୨-୩ ଥର ଆରଟି-ପିସିଆର ଟେଷ୍ଟ ସତ୍ତ୍ୱେ କିଛି ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସୁଥିବା ଆକାଶ ହେଲଥକେୟାର ନିଦେ୍ର୍ଧଶକ ଡ.ଆଶିଷ ଚୌଧୁରୀ କହିଛନ୍ତି ।

ସିଟି ସ୍କାନ ପରେ ଫୁସଫୁସରେ କରୋନା ରହୁଥିବା କେତେକ ମାମଲାରୁ ଜଣାପଡ଼ିଛି । ରୋଗୀଙ୍କ ଫୁସଫୁସରୁ ତରଳ ନମୁନା ସଂଗ୍ରହ କରି ପରୀକ୍ଷା କଲେ ହିଁ କରୋନା ସଂକ୍ରମଣ ସ୍ଥିତି ସ୍ପଷ୍ଟ ହେଉଛି । ଏବେ କରୋନା ଭୂତାଣୁ ନାକ ଏବଂ ଗଳାରେ ପ୍ରଭାବ ରଖୁନଥିବାରୁ ଏହାକୁ ଠାବ କରିବା କଷ୍ଟକର ହୋଇପଡ଼ିଛି ବୋଲି ଅନେକ ଡାକ୍ତର ମତ ଦେଇଛନ୍ତି । ଏଭଳି ସ୍ଥିତିରେ ଫ୍ଲୁଇଡ ନମୁନାରୁ ହିଁ କରୋନା ଠାବ ହୋଇପାରିବ ବୋଲି ମାକ୍ସ ହେଲଥକେୟାରର ବିଭାଗୀୟ ମୁଖ୍ୟ ଡାକ୍ତର ବିବେକ ନାଙ୍ଗିଆ କହିଛନ୍ତି । ୧୫ ରୁ ୨୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏବେ ଏଭଳି ସ୍ଥିତି ଆସିଛି ବୋଲି ସେ କହିଛନ୍ତି । ବ୍ରିଟେନ, ଆମେରିକାରେ ମଧ୍ୟ କରୋନାର ଏଭଳି ରୂପ ଭୟ ବଢ଼ାଉଛି ।

Related Articles

Leave a Reply

Your email address will not be published.

Back to top button