ଆଜି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ କ୍ୟାବିନେଟରେ ୧୦ ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିବାର ରହିଛି । ଏଥିରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କ ‘କ୍ୟାଡର’ ପୁନର୍ବିନ୍ୟାସ ପ୍ରସ୍ତାବ ସହିତ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି । ତେବେ ଦୀର୍ଘଦିନ ଧରି ଓଏଏସ ସଂଘ ପକ୍ଷରୁ କ୍ୟାଡର ପୁନର୍ଗଠନ ନେଇ ସରକାରଙ୍କ ଠାରେ ଦାବି ହୋଇ ଆସୁଥିଲା । ଆଜି ସେମାନଙ୍କ ଦାବି ଉପରେ ସରକାରଙ୍କ ମୋହର ଲାଗିବ । ଯାହା ଦ୍ୱାରା ଉକ୍ତ ବର୍ଗର ୨୨୦ଟି ଅତିରିକ୍ତ ପଦ ସୃଷ୍ଟି ହେବ ।

Related Articles

Leave a Reply

Your email address will not be published.

Back to top button