ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ନବୀନ

ଭୁବନେଶ୍ୱର : ଆକାଶମାର୍ଗରୁ ବାତ୍ୟା ‘ୟାସ’ ଜନିତ କ୍ଷୟକ୍ଷତି ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଅପରାହ୍ନରେ ସେ ହେଲିକପ୍ଟରରେ ସ୍ଥିତି ପରଖିଛନ୍ତି  । ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ପରବର୍ତୀ ସମୀକ୍ଷା କରିବା ସହ ତୁରନ୍ତ ୭ ଦିନ ରିଲିଫ ଯୋଗାଣ କରିବାକୁ ନିଦେ୍ର୍ଧଶ ଦେଇଥିଲେ  । ଅପରପକ୍ଷରେ ବାତ୍ୟା କ୍ଷୟକ୍ଷତି ଆକଳନ କରାଯାଉଥିବାବେଳେ ଏହାପରେ ଅନ୍ୟ ସହାୟତା ଘୋଷଣା କରାଯିବ  । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିବେ  । ବାତ୍ୟା ‘ୟାସ’ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ ସେ ସମୀକ୍ଷା କରିବେ ବୋଲି ଜାଣିବାକୁ ମିଳିଛି  । ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟାର କ୍ଷୟକ୍ଷତି ଆକଳନ କରିବେ  । ପ୍ରଥମେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଁଚି ବାତ୍ୟା ସଂକ୍ରାନ୍ତରେ ସମୀକ୍ଷା କରିବେ । ପରେ ବାଲେଶ୍ୱର ଓ ଭଦ୍ରକ ଅଂଚଳର ପ୍ରଭାବିତ ଅଂଚଳକୁ ସେ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ  । ବାଲେଶ୍ୱର ଓ ଭଦ୍ରକର କ୍ଷୟକ୍ଷତି ଦେଖିବା ପରେ ପୂର୍ବ ମେଦିନୀପୁର ଅଂଚଳର ବି କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ ।

Related Articles

Leave a Reply

Your email address will not be published.

Back to top button