ଆଉ ରହିବନି ଟୋଲ୍ ପ୍ଲାଜା

ନୂଆଦିଲ୍ଲୀ: ଦେଶରେ ଆସନ୍ତା ବର୍ଷକ ମଧ୍ୟରେ ଟୋଲ ବୁଥ ଗୁଡ଼ିକ ଆଉ ରହିବ ନାହିଁ । ଏହାକୁ ଉଠାଇ ଦିଆଯିବ । ଜିପିଏସ ଇମେଜିଂ ମାଧ୍ୟମରେ ଶୁଳ୍କ ଆଦାୟ କରାଯିବ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକାରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଗତମାସ ଫେବୃୟାରୀ ୧୫ ତାରିଖରୁ ଦେଶର ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି ।

ଏହା ସତ୍ତ୍ୱେ ଦେଶରେ ଏବେ ୯୩ ପ୍ରତିଶତ ଗାଡ଼ି ଫ୍ୟାସଟ୍ୟାଗ ମାଧ୍ୟମରେ ଶୁଳ୍କ ପ୍ରଦାନ କରୁଛନ୍ତି । ଫାସଟ୍ୟାଗ ନଲଗାଇଲେ ଦୁଇ ଗୁଣା ଅଧିକ ଶୁଳ୍କ ଦେବାକୁ ପଡ଼ିବା ସତ୍ତ୍ୱେ ଗାଡ଼ି ଏ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଲୋକସଭାରେ କହିଛନ୍ତି ଆସନ୍ତା ବର୍ଷକ ମଧ୍ୟରେ ସବୁ ଟୋଲ ପ୍ଲାଜା ଗୁଡିକୁ ହଟାଇ ଦିଆଯିବ ।  ଜିପିଏସ ଇମେଲିଂ ମାଧ୍ୟମରେ ଟୋଲ ଆଦାୟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଯେଉଁ ଗାଡି ଗୁଡ଼ିକ ଫାସଟ୍ୟାଗରେ ଶୁଳ୍କ ପୈଠ କରୁନାହାନ୍ତି ତାହାର ପୁଲିସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗାଡିରେ ଯଦି ଫାସଟ୍ୟାଗ ନଲାଗୁଛି ତାହା ହେଲେ ଶୁଳ୍କ ଚୋରି ଏବଂ ଜିଏସଟି ଠକେଇ ହେବାର ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published.

Back to top button