ଆଇପିଏଲ ଛାଡ଼ିବେ କି ସ୍ମିଥ, ୱାର୍ଣ୍ଣର!

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଆଶାତୀତ ବୃଦ୍ଧି ଭାରତୀୟଙ୍କ ନିଦ ହଜାଇ ଦେଇଛି । ଅବଶ୍ୟ ଆଇପିଏଲ ଖେଳୁଥିବା ଭାରତୀୟ ଓ ବିଦେଶୀ କ୍ରିକେଟର ଜୈବ ନିରାପତ୍ତା ବଳୟ ମଧ୍ୟରେ ସୁରକ୍ଷିତ ରହିଛନ୍ତି । ଏହା ସତ୍ତ୍ୱେ ୩ ଅଷ୍ଟ୍ରେଲୀୟ ଓ ଆର.ଅଶ୍ୱିନ ଆଇପିଏଲରୁ ଅଧାରୁ ଓହରି ଯାଇଛନ୍ତି । ମଙ୍ଗଳବାର ଏକ ରିପୋର୍ଟରୁ ପ୍ରକାଶ ଯେ ଅଷ୍ଟ୍ରେଲିଆର ଦୁଇ ବରିଷ୍ଠ ବ୍ୟାଟସମ୍ୟାନ ଷ୍ଟିଭେନ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ମଧ୍ୟ ଆଇପିଏଲରୁ ଓହରି ସ୍ୱଦେଶ ଫେରିଯିବାର ଯୋଜନା କରୁଛନ୍ତି । ହେଲେ ସେମାନେ ଏପରି ଯୋଜନା କରିବାର କିଛି ଘଣ୍ଟା ପରେ ଅଷ୍ଟ୍ରେଲିଆ ସରକାର ଭାରତରୁ ସମସ୍ତ ବିମାନକୁ ବାତିଲ କରି ଦେଇଛନ୍ତି । ତେଣୁ ସ୍ୱଦେଶ ଫେରିଯିବାର ବାଟ ଫିଟିବା ପାଇଁ ସ୍ମିଥ ଓ ୱାର୍ଣ୍ଣର ଅପେକ୍ଷା କରିବେ ବୋଲି ଏହି ରିପୋର୍ଟରୁ ପ୍ରକାଶ । ସ୍ମିଥ ଓ ୱାର୍ଣ୍ଣର ଆଇପିଏଲ ଖେଳୁଥିବା ଆଉ କିଛି ଅଷ୍ଟ୍ରେଲିଅ ସ୍ୱଦେଶ ଫେରିବା କଥା ବଚାର କରୁଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ସୂତ୍ରରୁ ପ୍ରକାଶ ଯେ ଅଷ୍ଟ୍ରେଲିଆ ସରକାର ଭାରତରୁ ସମସ୍ତ ବିମାନକୁ ବାତିଲ କରି ଦେଇଥିବାରୁ ଅଷ୍ଟ୍ରେଲିଆର ଅନ୍ୟ କ୍ରିକେଟର ଆଇପିଏଲ ସରିବା ପରେ ସ୍ୱଦେଶ ଫେରିପାରନ୍ତି ।

Related Articles

Leave a Reply

Your email address will not be published.

Back to top button