ଅର୍ଥନୀତି ସୁଧୁରିବାକୁ ଆହୁରି ଲାଗିବ ବର୍ଷେ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ବିଶ୍ୱର ପ୍ରାୟ ସବୁ ଦେଶର ଅର୍ଥନୀତି ସଂକୁଚିତ ହୋଇଛି । ବିଶ୍ୱ ଅର୍ଥନୀତି ୩.୭ ଲକ୍ଷ କୋଟି ଡଲାରର କ୍ଷତି ସହିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଆକଳନ କରିଛି । ଯାହା ଭାରତ ଭଳି ଅନେକ ଦେଶର ଅର୍ଥନୀତି ଠାରୁ ଅଧିକ । ଯଦିଓ ଅନେକ ଦେଶର ଅର୍ଥନୀତିରେ ଦ୍ରୁତ ସୁଧାରର ସଂକେତ ଦେଖିବାକୁ ମିଳୁଛି, ମାତ୍ର ବାସ୍ତବ ସୁଧାର ପାଇଁ ଆହୁରି ବର୍ଷେ ସମୟ ଲାଗିବ ବୋଲି କୁହାଯାଉଛି । ୨୦୧୯ ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଯେଉଁ ସ୍ତରରେ ଥିଲା ସେହି ସ୍ତରକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି । ବିଶ୍ୱ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଏକ ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି ଯେ, କରୋନା ମହାମାରୀ ପ୍ରଭାବରେ ବିଶ୍ୱର ୧୧୩ଟି ଦେଶ ମାନ୍ଦାବସ୍ଥା କବଳରେ ପଡ଼ିଛନ୍ତି । ୨୭ଟି ଦେଶର ଅର୍ଥନୀତି ୦.୩% ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ୮୫ଟି ଦେଶର ଅର୍ଥନୀତିରେ ୩% ରୁ ଅଧିକ ହ୍ରାସ ହୋଇଛି । ଚୀନ ଓ ବାଲାଂଦେଶ ସମେତ ୨୪ଟି ଦେଶ ମହାମାରୀ ସତ୍ତ୍ୱେ ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button