ଅପରାଜିତାଙ୍କ ହେରିଟେଜ୍ ୱାକ୍

ଭୁବନେଶ୍ବରଅପରାଜିତାଙ୍କ ହେରିଟେଜ୍ ୱାକ୍ । ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା । ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ଏହି ପଦଯାତ୍ରା କରାଯାଉଛି । ୧୯୫୮ ଆମସାର୍ ଆଇନ୍ ଅଧିନରେ ଏକାମ୍ର କ୍ଷେତ୍ରର ବିକାଶ କାମ ପାଇଁ ଦାବି କରି ଆସୁଛନ୍ତି ଅପରାଜିତା । ପୂର୍ବରୁ ବାଏ-ଲକୁ ନେଇ ଭିନ୍ନମତ ପୋଷଣ କରିଆସିଛନ୍ତି ଅପରାଜିତା ଷଡଙ୍ଗୀ, ଯାହାକୁ ନେଇ ବିବାଦ ବି ସୃଷ୍ଟି ହୋଇସାରିଛି । ରାଜ୍ୟରେ ଐତିହ୍ୟ, ମଠ ଓ ମନ୍ଦିରର ସୌନ୍ଦର୍ୟ୍ୟକରଣ କରଯାଉ। ହେଲେ ଏଥିପାଇଁ ବୁଲଡୋଜର ଲଗା ନଯାଉ। ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ସମର୍ଥ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ମନ୍ତବ୍ୟ ଦେଇଛନ୍ତି। ଅପରାଜିତା ଆହୁରି କହିଛନ୍ତି, ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟର ସୁରକ୍ଷା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରରେ ମଠ, ମନ୍ଦିର ଓ ଐତିହ୍ୟ କିପରି ସୁରକ୍ଷିତ ରହିବ ସେନେଇ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଐତିହ୍ୟ ପଦଯାତ୍ରା କରାଯାଉଛି। ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରରୁ କେଦାର ଗୌରୀ ମନ୍ଦିର ଯାଏ ଐତିହ୍ୟ ପଦଯାତ୍ରା ହୋଇଛି। ତେବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ହେରିଟେଜ୍ ଓ୍ୱାକ୍ ଚାଲିବ ବୋଲି ସେ କହିଛନ୍ତି।

ଆମସାର୍ ଆଇନ ଅନୁସାରେ ବିକାଶ ପାଇଁ ଅପରାଜିତା କହୁଥିବା ବେଳେ ବିଜେଡି କିନ୍ତୁ ମନ୍ଦିର ଚତୁଃପାଶ୍ୱର୍ରେ ଜବରଦଖଲ ଉଚ୍ଛେଦ ସହ ସୌନ୍ଦର୍ୟ୍ୟକରଣ କାମ କରିଆସୁଛି । ଶୁକସାରୀ ଓ ଅନ୍ୟ ମନ୍ଦିରର ଖନନ ଦ୍ୱାରା କେମିତି ପ୍ରାଚୀନ କିର୍ତିରାଜି ସବୁକୁ ନଷ୍ଟ କରାଯାଉଛି, ସେ ସମ୍ପର୍କରେ ବି ଅପରାଜିତା ପୂର୍ବରୁ ସିରିଜ୍ ଟୁଇଟ୍ କରିସାରିଛନ୍ତି । 

Related Articles

Leave a Reply

Your email address will not be published.

Back to top button