ଅକ୍ଟୋବର ୧୫ରେ ଆଇପିଏଲ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ: କରୋନା ମହାମାରୀ ଲାଗି ସ୍ଥଗିତ ରହିଥିବା ଚଳିତ ସିଜିନ ଆଇପିଏଲର ବଳକା ମ୍ୟାଚ ସେପ୍ଟେମ୍ବର ୧୯ରୁ ଖେଳାଯିବ । ଅକ୍ଟୋବର ୧୫ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ବାକିଥିବା ୩୧ଟି ମ୍ୟାଚ ଖେଳାଯିବ । ତେବେ ଚଳିତ ସିଜିନରେ କିଏ ଚାମ୍ପିୟନ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଥାଉକି, ଆଇପିଏଲର ୨୪ତମ ସଂସ୍କରଣରେ ଅଧାରୁ ମ୍ୟାଚ ସ୍ଥଗିତ ରଖାଯାଇଛି । କିଛି ଖେଳାଳୀ ଓ ସପୋର୍ଟଷ୍ଟାଫଙ୍କ ନିକଟରେ କରୋନା ଲକ୍ଷଣ ଦେବା ପରେ ସ୍ଥଗିତ ରହିଥିଲା ମ୍ୟାଚ । ୟୁଏଇରେ ବାକି ମ୍ୟାଚ ଖେଳାଯିବା ନେଇ ପୂର୍ବରୁ ସୂଚନା ଦେଇଥିଲା ବିସିସିଆଇ । ତେବେ କେବେ ମ୍ୟାଚ ହେବ ତାହା ସ୍ପଷ୍ଠ ହୋଇନଥିଲା । ତାରିଖ ଧାର୍ଯ୍ୟ କରିଛି ବିସିସିଆଇ । ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି । ତେବେ ଚଳିତ ସିଜିନରେ ମୋଟ୍ ୫୮ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଚତୁର୍ଥରେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚମରେ ରାଜସ୍ଥାନ ରୟାଲ୍ସ, ଷଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସ, ସପ୍ତମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଶେଷରେ ରହିଛି ସନ ରାଇଜର୍ସ ହାଇଦ୍ରାବାଦ ।

Related Articles

Leave a Reply

Your email address will not be published.

Back to top button