କଟକ ପ୍ରେସ କଲୋନୀରେ ଗୁଳିକାଣ୍ଡ, ଯୁବକ ମୃତ

ଭୁବନେଶ୍ବର : କଟକ ନୂଆପଡା ପ୍ରେସ କଲୋନୀରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା ଓରଫ ଲିଙ୍କୁ। ନୂଆପଡା ପ୍ରେସ କଲୋନୀ ନିକଟରେ ଦୁର୍ବୃତ୍ତମାନେ ସୌମ୍ୟରଞ୍ଜନ ଉପରକୁ ଗୁଳିମାଡ କରିଥିଲେ । ଏଥିରେ ସୌମ୍ୟ ଗୁରୁତର ହୋଇଥିଲ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button