ସାସଂଦ ସମ୍ବିତ ପାତ୍ରଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଘେରିଲା ଯୁବ କଂଗ୍ରେସ

ଭୁବନେଶ୍ଵର : ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ବାସ ଭବନ ଘେରାଉ କଲା ଯୁବ କଂଗ୍ରେସ ଇ ରାହୁଲ ଗାନ୍ଧୀଙ୍କ ପ୍ରତି ଦେଇଥିବା ଦାୟିତ୍ବହୀନ ମନ୍ତବ୍ୟ ପାଇଁ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ସାସଂଦ ସମ୍ବିତ ପାତ୍ରଙ୍କ ଭୁବନେଶ୍ବର କଳିଙ୍ଗବିହାର ସ୍ଥିତ ବାସଭବନକୁ ଘେରାଉ କରାଯାଇଥିଲା I ଯୁବ କଂଗ୍ରେସ କର୍ମୀମାନେ ଏକ ବିଶାଳ ଗ୍ୟାଲିରେ ସମ୍ବିତ ପାତ୍ରଙ୍କ ଘର ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରାୟ ଦୁଇଘଂଟା କାଳ ସମ୍ବିତ ପାତ୍ରଙ୍କ ବାସଭବନକୁ ଘେରାଉ କରି ରଖୁଥିଲେ । ପ୍ଲାକାର୍ଡ, ସ୍ଲୋଗାନ ଏବଂ ବ୍ୟାନର ମାଧ୍ୟମରେ ଯୁବ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିଲା ଯେ ସମ୍ବିତ ପାତ୍ର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । ତେଣୁ ତାଙ୍କୁ ପାଗଳଙ୍କ ଚିକିତ୍ସାପାଇଁ ଥିବା ଡାକ୍ତରଖାନାରେ ଭର୍ତ୍ତି କରିବାପାଇଁ ଏକ ଆମ୍ବଲାନ୍ସ ଏବଂ ଷ୍ଟ୍ରେଚର ବିକ୍ଷୋଭ ସ୍ଖଳକୁ ନିଆଯାଇଥିଲା । ଏକ ଅଭିନବ ଉପାୟରେ ସମ୍ବିଦ ପାତ୍ରଙ୍କ ବାସଭବନ ନିକଟରୁ ସମ୍ବିତ ପାତ୍ରଙ୍କ ଫଟୋର ଫ୍ଲେକ୍ସ ପରିଧାନ କରିଥିବା ଏକ ବ୍ୟକ୍ତିଙ୍କୁ ଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ଯାଏ ଅଣାଯାଇଥିଲା । ପୋଲିସ ସହ ଯୁବ କଂଗ୍ରେସ କର୍ମୀଙ୍କର ସେଠାରେ ଧସ୍ତାଧସ୍ତି ହୋଇଥିଲା ଏବଂ ପରିଶେଷରେ ପୋଲିସ ଯୁବ କଂଗ୍ରେସ କର୍ମୀମାନଙ୍କୁ ଘଟଣାସୁଳରୁ ଭ୍ୟାନ ଯୋଗେ ଉଠାଇ ନେଇଥିଲା। ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଥିଲେ ଯେ ସାସଂଦ ସମ୍ବିତ ପାତ୍ର ନିଜର ପଦମର୍ଯ୍ୟାଦା ରଖୁନାହାନ୍ତି । ତାଙ୍କ ନିୟନ୍ତ୍ରଣରେ ତାଙ୍କ ଜିଭ ନାହିଁ । ସେ ଚର୍ଚ୍ଚାରେ ରହିବାପାଇଁ ଯାହାପରେ ତାହା କହିଚାଲିଛନ୍ତି । ରାହୁଲ ଗାନ୍ଧୀଙ୍କ ଦେଶଭକ୍ତି, ସାଧୁତା ଏବଂ ରାଷ୍ଟ୍ରପତିତାଙ୍କର ସମର୍ପଣ ଭାବକୁ ଭାରତବାସୀ ଜାଣନ୍ତି । କିନ୍ତୁ ସମ୍ବିତ ପାତ୍ର ଚୀନ ଓ ପାକିସ୍ଥାନରୁ ଅର୍ଥ ଆଣି ରାହୁଲ ଗାନ୍ଧୀ ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ଯେଉଁ ଆପେକ୍ଷ କରିଛନ୍ତି ତାହା ଦୁର୍ଭାଗ୍ୟଜନକ । ସମ୍ବିତ ପାତ୍ର ତାଙ୍କ ବକ୍ତବ୍ୟରେ ଜଗତର ନାଥ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି କହି ବିଶ୍ୱବାସୀଙ୍କ ନିକଟରେ ନିନ୍ଦିତ ହୋଇଛନ୍ତି । ତେଣୁ ମିଥ୍ୟା କଥା କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ସମ୍ବିତ ପାତ୍ରଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଯୁବ କଂଗ୍ରେସ ଦାବି କରୁଛି ।