ଇ-ବସ୍ ଚାଳନା ପାଇଁ ପୁନେ ଯିବେ ମହିଳା

ଭୁବନେଶ୍ୱର: ମହିଳା ଚଳାଇବେ ଆମ ବସ୍ । ଆଜି ତାଲିମ ପାଇଁ ଯିବେ ପୁନେ । ଅପରାହ୍ନ ୫ଟା ୩୦ ମିନିଟ୍ରେ ୨୦ ଜଣ ମହିଳା ତାଲିମ ପାଇଁ ଯିବେ ପୁନେ । ଫ୍ଲାଇଟ୍ ଟିକେଟ୍ ପ୍ରଦାନ କରିବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେଠାରେ ୧୪ ଦିନ ସ୍ୱତନ୍ତ୍ର ଆଡଭାନ୍ସ ଇଲେକ୍ଟ୍ରିକ୍ ବସ୍ ଚାଳନାର ତାଲିମ ନେବେ । ମିନି ଇଭି ବସ୍ ଛାଳାଇବେ ମହିଳା ଡ୍ରାଇଭର । ସୂଚନାଯୋଗ୍ୟ ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା ବସ୍’ ବୋଲି ଆଜି ସୂଚନା ଦେଇଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚଦ୍ର ମହାପାତ୍ର । ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ମହିଳା ଡ୍ରାଇଭର ଚଳାଇବେ ‘ସୁଭଦ୍ରା ବସ୍’ । ଏହି ବସ୍ରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପୁନେରେ ଇ ବସ୍ ଟ୍ରେନିଂ ପରେ ଭୁବନେଶ୍ୱରରେ ଚଲାଇବେ ମହିଳା ।



