କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡ଼ଙ୍କ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ଦେଇଛନ୍ତି । ସୁଶୀଲ କୁମାରଙ୍କୁ ହାଇକୋର୍ଟ ୫୦ ଟଙ୍କାର ବଣ୍ଡରେ ଜାମିନ ଦେଇଛନ୍ତି । ସୁଶୀଲ କୁମାରଙ୍କୁ ୨୦୨୧ ମଇରେ ହତ୍ୟା ମାମଲାରେ ଗିରଫ କରାଯାଇଥିଲା । ଏହାପୂର୍ବରୁ ଜୁଲାଇ ୨୦୨୩ରେ ସୁଶୀଲଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ଦେଇ କହିଥିଲେ କି, ୭ ଦିନର ଜାମିନ ଅବଧିରେ ତାଙ୍କ ସହିତ ଦୁଇଜଣ ସୁରକ୍ଷାକର୍ମୀ ୨୪ ଘଣ୍ଟା ରହିବେ । ଏହି ଜାମିନ ୨୩ ଜୁଲାଇରୁ ୩୦ ଜୁଲାଇ ପର୍ଯ୍ୟନ୍ତ ମିଳିଥିଲା । ଏଥିପାଇଁ ୧ ଲକ୍ଷ ଟଙ୍କାର ନିଜ ମୁଚଲିକା ଦେବାକୁ ପଡିଥିଲା । ଏହି ସମୟରେ ସୁଶୀଲ ସାକ୍ଷୀଙ୍କୁ ନ ଧମକାଇବା ଏବଂ ପ୍ରମାଣ ନଷ୍ଟ ନ କରିବା ପାଇଁ କହିଥିଲେ । ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ସୁଶୀଲ କୁମାର କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ । ତେଣୁ ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ଖେଳ ଆୟୋଜନ କରିଥିଲେ । ଏହି ସମୟରେ ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡଙ୍କ ଜୀବନ ଚାଲିଯାଇଥିଲା । ତେଣୁ ସୁଶୀଲ କୁମାରଙ୍କ ଗିରଫ କରାଯାଇଥିଲା । ସୁଶୀଲଙ୍କ ବ୍ୟତୀତଙ୍କ ୨୩ ବର୍ଷୀୟ ସାଗରଙ୍କୁ ହତ୍ୟା କରିବାରେ ତାଙ୍କ ସାଙ୍ଗ ସୋନୁ ଏବଂ ଅନ୍ୟ ୩ ଜଣଙ୍କ ହାତ ରହିଛି । ଏହି ଆକ୍ରମଣ ୨୦୨୧ ମଇ ୪ ତାରିଖରେ ହୋଇଥିଲା । ଆହତ ହେବା କାରଣରୁ ସାଗରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ରୋହିଣୀ କୋର୍ଟକୁ ପଠାଇଥିଲା । ଅକ୍ଟୋବର ୨୦୨୧ରେ ଜେଲ ପଠାଯାଇଥିଲା । ଦୁଇ ଥର ଅଲମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ନିଜ କ୍ୟାରିଅର ଆରମ୍ଭ ଛତ୍ରସାଲ ଷ୍ଟାଡିୟମ ଅଖାଡାରୁ କରିଥିଲେ । ସେତେବେଳେ ତାଙ୍କ ବୟସ ୧୪ ବର୍ଷ ରହିଥିଲା । ରେସିଲିଂରେ ତାଙ୍କ ପ୍ରଦର୍ଶନ ଦେଖି ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମଧ୍ୟଦିଆଯାଇଥିଲା । ୨୦୧୪ ଏବଂ ୨୦୧୮ କମନୱେଲଥ ଗେମରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button