ଛାତ୍ରୀ ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ

ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ। ଆଜି କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି କହିଥିଲେ କି ପୀଡ଼ିତା ଝିଅଟିକୁ ଦୀର୍ଘଦିନ ଧରି ଉକ୍ତ କଲେଜ ର ବିଭାଗୀୟ ମୁଖ ସମୀର ସାହୁ ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଉକ୍ତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଛାତ୍ରୀ ଜଣଙ୍କ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରି ନିରାଶ ହେବା ପରେ ଆତ୍ମହତ୍ୟା କରିବାକୁ ଶେଷ ନିଷ୍ପତି ନେଇଥିଲେ। ୯୦ ଭାଗ ଶରୀର ପୋଡିଯାଇଥିବା ଉକ୍ତ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ଏମ୍ସ ହସ୍ପିଟାଲ ରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି।ଏହି ଘଟଣା ଓଡ଼ିଶାର ଶିକ୍ଷା,ପ୍ରଶାସନ ଓ ନାରୀ ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ ବିଫଳତା ପ୍ରମାଣ କରୁଛି ବୋଲି ଶ୍ରୀମତୀ ବାହିନୀପତି କହିଥିଲେ । ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ । ତେଣୁ କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ଥଫା ଦାବି କରିବା ସହ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କ ଗିରଫ ଦାବି ଏବଂ ଏକ ଅଭିଜ୍ଞ ମହିଳା ବିଚାରପତିଙ୍କ ଦ୍ଵାରା ନ୍ୟାୟିକ ତଦନ୍ତ କରାଯାଉ ବୋଲି ଶ୍ରୀମତୀ କହିଥିଲେ। ପୀଡ଼ିତା ଙ୍କୁ ଭେଟିବା ପାଇଁ ମହିଳା କଂଗ୍ରେସ ତରଫରୁ ଯାଇଥିବା ପ୍ରତିନିଧି ଦଳକୁ ଏବିଭିପିର ଜଣେ ରାଜ୍ୟ ସଦସ୍ୟା ଅଶାଳୀନ ବ୍ୟବହାର ପ୍ରଦର୍ଶନ ପୂର୍ବକ ଭିତରକୁ ଯିବାପାଇଁ ଦେଉ ନ ଥିଲେ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ବାହିନୀପତି ପ୍ରକାଶ କରିବା ସହ ଏହା କଣ ଏବିଭିପି ର ଶିଷ୍ଟାଚାର ବୋଲି ସେ ପ୍ରଶ୍ନ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠି,ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ମହିଳା କଂଗେସ ଉପସଭାନେତ୍ରି ପ୍ରଣତି ମିଶ୍ର,କୁସୁମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।