ମହିଳା ଏସିଆ କପ୍-2024: ଜୁଲାଇ 26ରେ ହେବ ସେମିଫାଇନାଲ,

ନୂଆଦିଲ୍ଲୀ: 2024 ମହିଳା ଏସିଆ କପ୍ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ସମାପ୍ତ ହୋଇଛି। ଏବେ ଯେଉଁ 4 ଟି ଦଳ ସେମିଫାଇନାଲରେ ପରସ୍ପର ସହ ମୁକାବିଲା କରିବେ, ସେମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ‘ସେମି ଫାଇନାଲ’ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ 26 ଜୁଲାଇରେ ଦାମ୍ବୁଲାରେ ବାଂଲାଦେଶ ମହିଳା ଦଳକୁ ଭେଟିବ। ଦ୍ୱିତୀୟ ‘ସେମିଫାଇନାଲ’ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳ ପାକିସ୍ତାନୀ ମହିଳା ଦଳ ସହିତ ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରେ ଲଢେଇ ମଧ୍ୟ ଦାମ୍ବୁଲାରେ ହେବ। ପ୍ରକାଶ ଯେ, ଭାରତୀୟ ମହିଳା ଦଳ ଗ୍ରୁପ୍ ‘ଏ’ ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଟିମ ଇଣ୍ଡିଆ ସମସ୍ତ ମ୍ୟାଚ୍ ଜିତିଛି। ଦଳ ଏହାର 3 ଟି ମ୍ୟାଚରେ ମୋଟ 6 ପଏଣ୍ଟ (+3.615) ସଂଗ୍ରହ କରିଛି। ପଡୋଶୀ ଦେଶର ମହିଳା ଦଳ ପାକିସ୍ତାନ ଗ୍ରୁପ୍ ‘ଏ’ରୁ ଦ୍ୱିତୀୟ ସ୍ଥାନରେ ରହିଛି। ସବୁଜ ଦଳ ମଧ୍ୟ 3 ଟି ମ୍ୟାଚରୁ 2 ଟି ମ୍ୟାଚ୍ ଜିତିଥିବାବେଳେ 1 ଟି ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହୋଇଛି। ପାକିସ୍ତାନ 4 (+1.102) ପଏଣ୍ଟ ପାଇଛି। ନେପାଳ ଏବଂ ୟୁଏଇର ମହିଳା ଦଳ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ନେପାଳ ଏବଂ ୟୁଏଇ ମଧ୍ୟ ଯଥାକ୍ରମେ 3-3 ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ନେପାଳର ଦଳ 1 ଟି ମ୍ୟାଚ୍ ଜିତିଥିବାବେଳେ ୟୁଏଇକୁ ଏହାର ସମସ୍ତ ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳସ୍ୱରୂପ, ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳର ଯାତ୍ରା ଶେଷ ହୋଇଛି।

Related Articles

Leave a Reply

Your email address will not be published.

Back to top button