ଅକାଳୀ ଦଳର ନୂତନ ସଭାପତି ହେଲେ ଜ୍ଞାନୀ ହରପ୍ରୀତ ସିଂହ

ନୂଆଦିଲ୍ଲୀ: ପଞ୍ଜାବରେ ନୂତନ ଶିରୋମଣି ଅକାଳୀ ଦଳର ସଭାପତିଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଜି ଶ୍ରୀ ଅକାଳ ତଖ୍ତ ସାହିବର ପୂର୍ବତନ ଜଥେଦାର ଜ୍ଞାନୀ ହରପ୍ରୀତ ସିଂହଙ୍କୁ ନୂତନ ସଭାପତି ଭାବରେ ନିର୍ବାଚିତ କରାଯାଇଛି। ଶ୍ରୀ ଅକାଳୀ ତଖ୍ତ ସାହିବ ଦ୍ୱାରା ୨ ଡିସେମ୍ବର ୨୦୨୪ ରେ ୭ ସଦସ୍ୟଙ୍କ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ଦୁଇ ସଦସ୍ୟ ଇସ୍ତଫା ଦେଇଥିଲେ। ଏପରି ପରିସ୍ଥିତିରେ ପାଞ୍ଚ ସଦସ୍ୟଙ୍କ ଏହି କମିଟି ଜ୍ଞାନୀ ହରପ୍ରୀତ ସିଂହଙ୍କୁ ନୂତନ ଅକାଳୀ ଦଳର ସଭାପତି ଭାବରେ ମନୋନୀତ କରିଛି। ଏପରି ପରିସ୍ଥିତିରେ ଶିରୋମଣି ଅକାଳୀ ଦଳକୁ ଏକ ବଡ଼ ଝଟକା ଲାଗିଛି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଦଳ ୧୦୫ ବର୍ଷ ପୁରୁଣା। ନୂତନ ଅକାଳୀ ଦଳରେ ୧୫ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ନୂତନ ଅକାଳୀ ଦଳର ପ୍ରଥମ ସଭାପତି ନିର୍ବାଚିତ ହୋଇଛନ୍ତି। ଜ୍ଞାନୀ ହରପ୍ରୀତ ସିଂହଙ୍କୁ ସଭାପତି ଭାବରେ ନିର୍ବାଚିତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button