ନିସ୍ବାର୍ଥପର ଭାବେ କାମ କରିବି: ପାଣ୍ଡିଆନ

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଭି. କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। । ପାଣ୍ଡିଆନ କହିଛନ୍ତି, “ମହାପ୍ରଭୁଙ୍କ ଆଶୀର୍ବାଦ, ଓଡିଶାବାସୀଙ୍କ ଭଲପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ ମୁଁ  ନିଷ୍ଠା, ନମ୍ରତା ଓ ନିସ୍ବାର୍ଥପର ଭାବରେ କାମ କରିବି ।” ପ୍ରକାଶ ଯେ ପାଣ୍ଡିଆନ ଦଳର ପ୍ରାଥମିକ ସଦସ୍ୟ ଭାବେ ଯୋଗ ଦେଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସମୀର ଦାସ, ବିଧାୟକ ବିକ୍ରମ କେଶରୀ ଆରୁଖ, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।  ପ୍ରଶାସନିକ ଅଧିକାରୀ ଭାବେ ଯେପରି ଦାୟିତ୍ବ ନେଇଥିଲେ ଠିକ ସେହିପରି ଦଳରେ ଗୁରୁଦାୟିତ୍ବ ନେଇ ନିଜର କାର୍ୟ୍ୟଭାର ତୁଲାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପାଣ୍ଡିଆନଙ୍କୁ ବ୍ୟାଚ ପରିଧାନ କରାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଛନ୍ତି  ।

Related Articles

Leave a Reply

Your email address will not be published.

Back to top button