ମାର୍ଚ୍ଚ ଶେଷ ସୁଦ୍ଧା ଗଢିବୁ ନୂଆ ଦଳ: ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ ବଡ ସୂଚନା ଦେଇଛନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ମୋକିମ । ନୂଆ ଦଳ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛିା ଆସନ୍ତା ୧୨ ତାରିଖରେ ଯୁବ ସମାବେଶରେ ଏକାଠି ହେବେ ବିଭିନ୍ନ ଯୁବକ । ଉପକୂଳ ଓଡିଶାର ଅନେକ ଯୁବ ନେତା ମାର୍ଚ୍ଚ ଶେଷ ସୁଦ୍ଧା ଦଳ ଘୋଷଣା ହେବ କହିଲେ ମୋକିମ । ସୂଚନାଥାଉକି, ମୋକିମଙ୍କୁ ଏଆଇସିସି ଦଳରୁ ବହିଷ୍କାର କରିବା ପରେ ନୂଆ ଦଳ ଗଢିବା ନେଇ ଚର୍ଚ୍ଚା ଧୋର ଧରୁଛି । ତେବେ ଆଗକୁ କେଉଁ ଦଳ ଗଢିବେ ମୋକିମ , କେଉଁ ନେତା ନୂଆ ଦଳରେ ସାମିଲ ହେବେ ତାହା ଦେଖିବାକୁ ବାକି ରହିଲା ।



