ଆମ ଦେଶରେ ନିବେଶ କରିବାକୁ ବିଶ୍ୱକୁ ସ୍ୱାଗତ କରୁଛୁ, ଭାରତ ନିରାଶ କରିବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିବେଶସ୍ଥଳୀ ଭାବେ ଭାରତକୁ ନେଇ ଉଦ୍ୟୋଗୀ ବେଶ୍ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ଲେଖକ ତଥା ଉଦ୍ୟୋଗୀ ବାଲାଜୀ ଏସ୍ ଏକ୍ସ ପୋଷ୍ଟରେ ଭାରତକୁ ଏକ ପ୍ରାଚୀନ ସଭ୍ୟତା ବୋଲି କହିବା ସହ ଏକ ଷ୍ଟାର୍ଟଅପ୍ ଦେଶ ଭାବେ ଅଭିହିତ କରିଛନ୍ତି ଏବଂ ଭାରତର ସାମର୍ଥ୍ୟ ବାବଦରେ କହିଛନ୍ତି। ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଆପଣଙ୍କ ଆଶାବାଦିତାକୁ ମୁଁ ଭଲ ପାଏ ଏବଂ ଏହା ମଧ୍ୟ କହିବି ଯେ, ଯେବେ ନବସୃଜନର କଥା ଆସେ ଭାରତର ଲୋକ ଟ୍ରେଣ୍ଡ୍‌ସେଟର ସହ ଅଗ୍ରଣୀ ଥା’ନ୍ତି।  ଆମ ଦେଶରେ ନିବେଶ ପାଇଁ ଦୁନିଆକୁ ଆମେ ସ୍ୱାଗତ କରୁଛୁ। ଭାରତ କେବେ ନିରାଶ କରିବ ନାହିଁ।’

Related Articles

Leave a Reply

Your email address will not be published.

Back to top button