‘ଦାନା’ର ସଫଳତାର ସହ ମୁକାବିଲା କରିଛୁ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ଆମେ ବାତ୍ୟା ‘ଦାନା’ର ସଫଳତାର ସହ ମୁକାବିଲା କରିଛୁ। ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ଥିଲା, ଆମେ ଏଥିରେ ସଫଳତା ହାସଲ କରିଛୁ। ଦଳଗତ ଭାବେ କାମ କରିବା ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଲା ଓ ଏହାର ସୁଫଳ ରାଜ୍ୟବାସୀ ପାଇଛନ୍ତି ।’ ଆଜି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଆମେ ନିରବଚ୍ଛିନ ଭାବେ କାମ କରୁଥିବା ବେଳେ ଏଥିରେ ଅଭୂତପୂର୍ବ ସଫଳତା ହାସଲ କରିଛୁ। ଦକ୍ଷ ଅଧିକାରୀମାନଙ୍କୁ ସ୍ପଟ୍‌କୁ ପଠାଯାଉଥିବା ବେଳେ ମନ୍ତ୍ରୀମାନେ ବି ବାତ୍ୟା ସ୍ଥଳରେ ଉପସ୍ଥିତ ଥିଲେ। କୌଣସି ବି ସ୍ଥାନରେ ଅପ୍ରିତିକର ଘଟଣା ଘଟିନି। ଖୁବ୍‌ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରାଯିବ । ବିଭିନ୍ନ ବିଭାଗର ସମନ୍ୱୟ ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଛି। ଆଜି ସକାଳୁ ଲୋକେମାନେ ବାତ୍ୟା ଆଶ୍ରୟ ସ୍ଥଳରୁ ଘରକୁ ବାହୁଡ଼ିଲେଣି।

Related Articles

Leave a Reply

Your email address will not be published.

Back to top button