ବିଜେଡିରେ ଯୋଗଦେଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର: ଚର୍ଚ୍ଚାର ଅନ୍ତ। ଶେଷରେ ଶଙ୍ଖ ଫୁଙ୍କିଲେ ଭି.କେ ପାଣ୍ଡିଆନ। ବିଜେଡିରେ ଯୋଗଦେଲେ ଭି.କେ ପାଣ୍ଡିଆନ । କାର୍ତ୍ତିକ ପୂର୍ଣ୍ଣମୀରେ ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍। ଆଜି ସକାଳୁ ସକାଳୁ ନବୀନ ନିବାସରେ ପହଞ୍ଚି ଥିଲେ ବିଜେଡିର ବରିଷ୍ଠ ନେତା।  ବୈଠକରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତ ରାୟ, ପ୍ରତାପ ଦେବ, ସ୍ନେହାଙ୍ଗିନି ଛୁରିଆ, ବାସନ୍ତୀ ହେମ୍ୱ୍ରମ, ସଂଜୟ ଦାସ ବର୍ମା, ସମୀର ଦାସ, ପ୍ରସନ୍ନ ଆଚାର୍ୟ୍ୟ ପ୍ରମୁଖ ନେତା ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ବୈଠକ ପରେ ସମସ୍ତଙ୍କ ଉପସ୍ଥିତିରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ  ଭି.କେ ପାଣ୍ଡିଆନ ବିଜେଡିରେ ସାମିଲ ହୋଇଛନ୍ତି।

ସେପ୍ଟେମ୍ବର ୨୩ ତାରିଖରେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଅବସର ନେବାର ଗୋଟିଏ ଦିନ ପରେ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ ୫T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ୟ୍ୟ କରୁଥିଲେ। ଏହା ସହ ଶ୍ରୀ ପାଣ୍ଡିଆନଙ୍କୁ କ୍ୟାବିନେଟ ମନ୍ତ୍ରୀ ପ୍ୟାହା ମିଳିଥିଲା। ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଆଗକୁ  ଶ୍ରୀ ପାଣ୍ଡିଆନଙ୍କୁ କେଉଁ ବଡ଼ ପଦବୀ ମିଳୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଶ୍ରୀ ପାଣ୍ଡିଆନ୍‌  ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ। ସେ କଳାହାଣ୍ଡିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ୟ୍ୟନ୍ତ କାର୍ୟ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୧ରୁ ଜୁନ୍‌ ୩୦ ଯାଏ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ୟ୍ୟ ତୁଲାଇଥିଲେ।

ସେହିପରି ଶ୍ରୀ ପାଣ୍ଡିଆନଙ୍କୁ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ଗଂଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ୟ୍ୟନ୍ତ କାମ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହାପରେ ୨୦୧୯ ମସିହାରେ ‌ତାଙ୍କୁ ୫-ଟି ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ।

Related Articles

Leave a Reply

Your email address will not be published.

Back to top button