ଜୟପାଟଣା ବିସ୍ଫୋରକ ଜବତ ଘଟଣାରେ ବିକ୍ରମ ଗୁପ୍ତା ଗିରଫ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସରରେ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜବତ ଘଟଣାରେ ଜୟପାଟଣା ପୋଲିସ ଲିଜଧାରୀ ବ୍ୟବସାୟୀ ବିକ୍ରମ ଗୁପ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫ ମଇ ମାସ ୪ ତାରିଖ ଦିନ ଦୁଇଟି ଗାଡିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସର ରେ ଥିବାର ଖବର ପାଇ ଜୟପାଟଣା ପୋଲିସ ସେସବୁକୁ ଜବତ କରି OMMC rule ୫୦ (I) ସହିତ ବିସ୍ଫୋରକ ଆଇନ ଧାରା ୪ ଓ ୫ ଅନୁସାରେ ଜୟପାଟଣା ଥାନା କେଶ ନମ୍ବର ୧୩୨/୨୦୨୫ ରେ ଏକ କେଶ ରୁଜ୍ଜୁ କରି ଗତ ୫ ତାରିଖ ଦିନ ଦୁଇ ଗାଡିର ଡ୍ରାଇଭର ଧରମୁ ପୋଢ ଓ ରାଜରାମ କେତକୀ, କ୍ରସର ସୁପରଭାଇଜର ଜଗନ୍ନାଥ ତିୱାରୀ ଏବଂ କଣ୍ଟାବାଞ୍ଜିର ବିସ୍ଫୋରକ ବିଷାରଦ ଅରୁଣ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଉକ୍ତ କ୍ରସର ଲିଜ ଧାରୀ ପ୍ରଖ୍ୟାତ ବ୍ୟବସାୟୀ ବିକ୍ରମ ଗୁପ୍ତା ଫରାର ହୋଇଯାଇଥିଲେ। ବିକ୍ରମ ଗୁପ୍ତାଙ୍କ ଜୁନାଗଡ ଠାରେ ଥିବା ଦ୍ବିତଳ ପ୍ରାସାଦ ସମେତ ବିକ୍ରମ ଗୁପ୍ତାଙ୍କ ବ୍ୟବସାୟ ସହଯୋଗୀ ଜୁନାଗଡର ଜଣେ ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଏବଂ ଆଉ ଜଣେ ସବୁ ବେପାର କରୁଥିବା ମିଲ ମାଲିକ ଘରେ ପୋଲିସ ଖାନ ତଲାଶ କରି ବିକ୍ରମକୁ ଖୋଜିଥିଲେ ହେଁ ପାଇ ନ ଥିବା ବେଳେ ପୋଲିସର ଏକ ସ୍ବତନ୍ତ୍ର ଦଳ ବିଶାଖାପାଟଣା ଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ବିକ୍ରମ ଗୁପ୍ତାର ସହଯୋଗୀ ଜୁନାଗଡର ଏହି ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଗୋଟିଏ ପରେ ଗୋଟିଏ କପଡ଼ା ଦୋକାନ ଏବଂ ହୋଟେଲ କରି ଚାଲିଥିବା ବେଳେ ବିକ୍ରମ ଗୁପ୍ତା ଜୁନାଗଡ ଠାରେ ଦ୍ବିତଳ ପ୍ରାସାଦ ନିର୍ମାଣ କରିଥିବା ବେଳେ ସବୁ ବେପାର କରୁଥିବା ମିଲ ମାଲିକ ମଧ୍ୟ କିଛି ମାସ ତଳେ କ୍ରସର ଓ ପଥର ଖଣି ବେପାର କରୁଥିବା ଚର୍ଚ୍ଚା ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button