ବିଜୟ ପଟ୍ଟନାୟକଙ୍କ ଯୋଗଦାନ ଦଳକୁ ଉତ୍ସାହିତ କରିଛି : ଶରତ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ବିମାନ ବନ୍ଦର ଠାରେ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିପୁଳ ସମର୍ଦ୍ଧନ ଦିଆଯାଇ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମଟର ସାଇକେଲ ଶୋଭା ଯାତ୍ରାରେ ଅଣାଯାଇଥିଲା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ପି.ସି.ସି. ସାଧାରଣ ସମ୍ପାଦକ ରଜତ ଚୌଧୁରୀଙ୍କ ନେତୃତ୍ୱରେ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଏବଂ କଂଗ୍ରେସ ନେତୃବର୍ଗ ଏହି ଶୋଭା ଯାତ୍ରାରେ ସାମିଲ ଥିଲେ ।
କଂଗ୍ରେସ ଭବନରେ ଶ୍ରୀ ପଟ୍ଟନାୟକଙ୍କୁ ପି.ସି.ସି. ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବର୍ଗ ଏବଂ କର୍ମିମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏଠାରେ ଗଣମାଧ୍ୟମକୁ ଶ୍ରୀ ଶରତ ପଟ୍ଟନାୟକଙ୍କୁ କହିଥିଲେ ଯେ, ଶ୍ରୀ ବିଜୟ ପଟ୍ଟନାୟକ ଏ ରାଜ୍ୟରେ ଜଣେ ଉଚ୍ଚ ପଦସ୍ଥ ଅଫିସର ଭାବରେ ସାଧୁତା, ନିଷ୍ଠାର ସହ ୪୦ ବର୍ଷ କାର୍ଯ୍ୟ କରିଛନ୍ତି । ତମାମ ପ୍ରଶାସନିକ ସେବାରେ ସେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଶାସନ କ୍ଷେତ୍ରରେ ଅପାରଗତା ଓ ନିଷ୍ପ୍ରିୟତାକୁ ତୀବ୍ର ବିରୋଧ କରିଆସିଛନ୍ତି । ସେ ନତମସ୍ତକ ନୁହେଁ ବରଂ ଉନ୍ନତଶୀର ଭାବରେ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ କରିବାକୁ ସାରା ଜୀବନ ଚେଷ୍ଟା କରିଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ବି.ଜେ.ଡ଼ି ଓ ବି.ଜେ.ପି ଦଳରେ ଯୋଗ ଦେବାକୁ ସେ ପସନ୍ଦ କଲେ ନାହିଁ । କଂଗ୍ରେସ ଦଳର ନୀତି, ଆଦର୍ଶ ଓ ଦେଶ ପ୍ରତି ତ୍ୟାଗ ଓ ତିତୀକ୍ଷା ଏବଂ ବିଶେଷ କରି ଗାନ୍ଧୀବାଦ ଉପରେ ପ୍ରଗାଢ଼ ବିଶ୍ୱାସ ରଖି ସେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା, ବିଶାଳ ଅନୁଭବ ଏବଂ ସହଯୋଗକୁ କଂଗ୍ରେସ ଦଳ ଆଗାମୀ କାର୍ଯ୍ୟକ୍ରମରେ ସଠିକ୍ ବିନିଯୋଗ କରିବ । ଏଠାରେ ଗଣମାଧ୍ୟମକୁ ଶ୍ରୀ ବିଜୟ ପଟ୍ଟନାୟକ ସମ୍ବୋଦିତ କରି କହିଥିଲେ ଯେ, ସେ ଶେଷ ଜୀବନ ପର୍ଯ୍ୟନ୍ତ କଂଗ୍ରେସ ଦଳରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଛନ୍ତି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପରିବର୍ତନ ପାଇଁ ଯେଉଁବାର୍ତା ଦେଇଛନ୍ତି ସେଥିରେ ଦେଶବାସୀ ପ୍ରଭାବିତ ହୋଇଛନ୍ତି । ନିଜର ଅତୀତକୁ ମନେପକାଇ ସେ କହିଛନ୍ତି ଯେ, ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବ ଶୂନ୍ୟ ହୋଇପଡ଼ିଛନ୍ତି । ତୃତୀୟ ମହଲା ଏବେ କିଛି ସ୍ୱାର୍ଥନେସୀ ବ୍ୟକ୍ତିଙ୍କ କବ୍‌ଜାରେ । ଜନତାର ସ୍ୱର ତୃତୀୟ ମହଲାରେ ପହଂଚିପାରୁ ନାହିଁ । ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ସାଧାରଣ ଜନତାର ଅଭିଯୋଗ ଓ ଅଳି ଅର୍ଦ୍ଧଳୀକୁ ଉପେକ୍ଷା କରାଯାଉଛି । ବିଜେଡ଼ି ସରକାରର ରୁଦ୍ଧ ଦ୍ୱାର ଶାସନରେ ଜନତାର ସ୍ୱାର୍ଥ ଲୁଣ୍ଠିତ, ଏହାର ପୁର୍ଣ୍ଣଚ୍ଛେଦ ପଡ଼ିଲେ ଲୋକେ ନ୍ୟାୟ ପାଇବେ । ଦାରିଦ୍ର‌୍ୟ ବେକାରୀ, ନାରୀ ନିର୍ଯ୍ୟାତନା, କୃଷି ଓ କୃଷକ ସମସ୍ୟା କ୍ଷେତ୍ରାରେ ଓଡ଼ିଶା ତଳୁ ୧ ନମ୍ବର ସ୍ଥାନ ଅଧିକାର କରିବାର ଅପବାଦ ମୁଣ୍ଡାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ସେ କହିଥିଲେ ଯେ, ଗୋପାଳ ସାହୁ ମାଧ୍ୟମରେ ଅନ୍ୟ କେହି ନବ ଦାସଙ୍କୁୂ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି । ଏଠାରେ ବେକାର ଯୁବକ ବଂଚିବା ପାଇଁ ନିଯୁକ୍ତି ଖୋଜୁଛି, କର୍ମସଂସ୍ଥାନ ନ ପାଇ ଦାଦନ ଖଟିବା ପାଇଁ ଓଡ଼ିଆ ଯାଉଛି । ଓଡ଼ିଶାରେ ପ୍ରତିଷ୍ଠିତ ଶିଳ୍ପମାନଙ୍କରେ ଓଡ଼ିଆ ବେକାରଙ୍କ ନିଯୁକ୍ତିକୁ ଉପେକ୍ଷା କରାଯାଉଛି । ପ୍ରଶାସନ ନିରପକ୍ଷ ନାହିଁ । ଦଳୀୟଭିତିରେ ପ୍ରଶାସନିକ କାର୍ଯ୍ୟକ୍ରମ ଚାଲିଛି । ଓଡ଼ିଶାର ସ୍ୱାର୍ଥ ବା ଓଡ଼ିଶାର ଜନସାଧରଣଙ୍କର ଅଧିକାର ଉପେକ୍ଷିତ ହେଉଥିବାବେଳେ ଏଭଳି ସରକାର ରାଜ୍ୟରେ ରହିବାର ଅଧିକାର କ’ଣ ଅଛି । ରାଜ୍ୟରେ ଜନତାଙ୍କ ସରକାର ଆଣିବାକୁ ହେଲେ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ । ଓଡ଼ିଶାରେ ଯାହା ସ୍ୱାଧୀନତା ପରଠାରୁ ବିକାଶ ହୋଇଛି ତା’ର ସିଂହ ଭାଗ ଶ୍ରେୟ କଂଗ୍ରେସର । ଅନ୍ୟପକ୍ଷରେ କ୍ଷମତାସିନ କେନ୍ଦ୍ର ଓ ରାଜ୍ୟ ସରକାରର ନୀତି ନିଷ୍ପତିରେ କିଛି ଫରକ ଅନୁଭବ ହେଉନାହିଁ । ଉଭୟ ଏନ୍‌.ଡି.ଏ ଓ ବି.ଜେ.ଡ଼ି. ସରକାର ବେକାରୀ, ଦାରିଦ୍ର‌୍ୟ, ହିଂସା, ନାରୀ ନିର୍ଯ୍ୟାତନା, କୃଷି ଓ କୃଷକ ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । ମୋଦୀ ସରକାରଙ୍କ ବିକାଶ ଆହ୍ୱାନ ଛଳନାପୂର୍ଣ୍ଣ । ଅନ୍ୟପକ୍ଷରେ ୫ ଟି କେବଳ ଏକ ସ୍ଲୋଗାନ । ଯାହାର କାର୍ଯ୍ୟକାରିତା କିଛି ନାହିଁ । ଯଦି ଓଡ଼ିଶା ସରକାରର ସମସ୍ତ ବିଭାଗ ଠିକ୍‌ରେ ପରିଚାଳିତ ହେବ ତେବେ ୫ଟିର ଆବଶ୍ୟକତା କ’ଣ । ୫ ଟିର ଦକ୍ଷତା କ’ଣ ତାହା ଏବେ ରାଜ୍ୟର ବିଭିନ୍ନ ବିଭାଗରେ ହୋଇଥିବା ବିପର୍ଯ୍ୟସ୍ତ ଅବସ୍ଥାରେ ସ୍ପଷ୍ଟ ହୋଇପଡ଼ୁଛି । ସାମ୍ବାଦିକମାନଙ୍କ ପ୍ରତି ନବୀନ ସରକାର ଆଚରଣ ଓ ଉଚ୍ଚାରଣ ଅତ୍ୟନ୍ତ ଦୁଃଖ ଦାୟକ । ସାଧାରଣ ଜନତାର ସ୍ୱର ଓ ପ୍ରଶାସନର ଅପାରଗତା ଗଣମାଧ୍ୟମରେ ପ୍ରକଟିତ ହୋଇଥାଏ । ମାତ୍ର ଆମ ରାଜ୍ୟରେ ସାମ୍ବାଦିକଙ୍କୁ ସଚ୍ଚିବାଳୟ ବାରଣ କରିବା ସହ ଦୁବ୍ୟବହାର କରିବା ଅଗଣତାନ୍ତ୍ରିକ ଏବଂ ଦୁଃଖଦାୟକ । ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୂର୍ବତନ ପି.ସି.ସି. ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂ ସାଲୁଜା, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ବିଭୂତି ମିଶ୍ର, ଜିଆଉଲ୍ଲ ହକ୍‌, ବନ୍ଦିତା ପରିଡ଼ା, ମନୋରଞ୍ଜନ ଦାସ, ବିଷ୍ମୟ ମହାପାତ୍ର, ରଜନୀ ମହାନ୍ତି, ବିଶ୍ୱଭୂଷଣ ଦାସ, ଚିନ୍ମୟ ପ୍ରଶାଦ ବେହୁରା, ଦେବାଶିଷ ପଟ୍ଟନାୟକ, ପଦ୍ମାକର ଗୁରୁ, ପ୍ରକାଶ ମିଶ୍ର, ଅମିୟ ପାଣ୍ଡବ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦରଦାସ, ରଞ୍ଜିତ ପାତ୍ର, ଦୀପକ ମହାପାତ୍ର, ରଶ୍ମି ମହାପାତ୍ର, ଦୁର୍ଗା ପାଢ଼ୀ, ଯୋଗୀ ବାହୁବଳେନ୍ଦ୍ର, କୈଳାସ ସାହୁ,କୁସୁମ ପ୍ରଧାନ, ପମୀ ମିଶ୍ର, ତରୁଣ ମିଶ୍ର, ମହମ୍ମଦ ଗୁଲଫାମ୍‌, ମିହିର ଆଚାର୍ଯ୍ୟ, ୟାକୁବ୍ ଖାନ୍‌, ଏମ୍‌.ଡ଼ି. ସାହାଦୁଲ୍ଲା, ସାଗର ପଟ୍ଟନାୟକ,ଅଜୟ ସାହୁ, ନଳୀନିକାନ୍ତ ନାୟକ, ଆଲୋକ ଲେଙ୍କା, ସତ୍ୟସ୍ମିତ ମହାନ୍ତି, ବିପ୍ଳବ ଶିଳାଦିତ୍ୟ, ରାଜଲକ୍ଷ୍ମୀ ସାହୁ, ସୌରଭ ପଟ୍ଟନାୟକ, ଦୁର୍ଗା ପାଢ଼ୀ, ଜଗଦିଶ ଗଜେନ୍ଦ୍ର, ବଳରାମ ନନ୍ଦ, ବିରଂଚି ବାରିକ, ବିଶ୍ୱଭୂଷଣ ମହାପାତ୍ର, ରଣଜୀତ ସେନାପତି, ବଟକୃଷ୍ଣ ରାଉତରାୟ, ସୁରଜ ରାଉତ, ରମେଶ ଚନ୍ଦ୍ର ପଣ୍ଡା, ସୁଶାନ୍ତ ତ୍ରିପାଠୀ, ଜ୍ଞାନ ପଟ୍ଟନାୟକ, ଗୀତାଞ୍ଜଳୀ ମହାନ୍ତି, କନକଲତା ମଲ୍ଲିକ, ଶିଳ୍ପିଶ୍ରୀ ହରିଚନ୍ଦନ, ତାପସ ସେଠୀ, ଶାରଦା ପ୍ରଧାନ, ପଙ୍କଜୀନି ପତି, ପିୟୁସ ଜେନା, ଶ୍ରୀ ମହାନ୍ତି ଓ ଜୟକୃଷ୍ଣ ସୁବୁଧି ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button