ଜିଲ୍ଲା ସବ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନସର ଚଢାଉ

ଭୁବନେଶ୍ବର: ଆଜି ଭିଜିଲାନସ ତରଫରୁ ଜଣେ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଘରେ ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ନୟାଗଡ ଜିଲ୍ଲାର ସବରେଜିଷ୍ଟ୍ରାର ଶ୍ବାଶତ କୁମାର ପଟ୍ଟନାୟକ। ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ ୮ ଜଣ ଡିଏସପି ଏବଂ ୬ ଜଣ ଇନସ୍ପେକ୍ଟରଙ୍କ ସମେତ ବହୁ ଅଫିସର ସାମିଲ ହୋଇଛନ୍ତି। ଶ୍ବାଶତ କୁମାରଙ୍କ ନୟାଗଡ଼ର ଦେବୋତ୍ତରା କଲୋନୀରେ ଥିବା ଭଡା ଘର, କେନ୍ଦ୍ରାପଡାର ତାଳବାରଙ୍ଗ ଠାରେ ଶ୍ରୀ ପଟ୍ଟନାୟକଙ୍କ ନିଜ ଘର, ନୟାଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ, କେନ୍ଦ୍ରାପଡାର କୁନ୍ଦନଗିରି ନିକଟସ୍ଥ ତାଳଗାଁରେ ଥିବା ତାଙ୍କର ପୈତୃକ ଘର, କେନ୍ଦ୍ରାପଡା ପେଣ୍ଠାରେ ଥିବା ତାଙ୍କର ସଂପର୍କିୟ ଘର, କେନ୍ଦ୍ରାପଡା ଦଳନ୍ତାରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘର, ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ଜଣାପଡି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button