ଭିଜିଲାନ୍ସ ଆଇ.ଜି ପଦବୀରେ ବରିଷ୍ଠ ଆଇ.ପି.ଏସ. ଅଫିସର ଅସିତ୍ ପାଣିଗ୍ରାହୀ

କଟକ : ୧୯୯୭ ବ୍ୟାଚର ବରିଷ୍ଠ ଆଇ.ପି.ଏସ. (ଭାରତୀୟ ପୋଲିସ ସେବା) ଅଧିକାରୀ ଶ୍ରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ଆଇ.ଜି ଭାବେ ଆଜି ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି | ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ପୂର୍ବାଞ୍ଚଳ ରେଞ୍ଜ ଆଇ.ଜି ଭାବେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି |

ପ୍ରକାଶ ଥାଉକି, ପୂର୍ବରୁ ଶ୍ରୀ ପାଣିଗ୍ରାହୀ ମାଲକାନାଗିରି, ଅନୁଗୋଳ, ପୁରୀ, କେଉଁଝର, ସମ୍ବଲପୁର ଓ ଯାଜପୁରରେ ଏସ.ପି ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି | ଜଣେ ଦକ୍ଷ ପୋଲିସ ଅଫିସର୍ ଭାବରେ ୨୦୧୬ ମସିହାରେ ସେ ରାଷ୍ଟ୍ରପତି ପଦକରେ ସମ୍ମାନିତ ହୋଇଛନ୍ତି |

Related Articles

Leave a Reply

Your email address will not be published.

Back to top button