ଟ୍ରେନ ଦୁର୍ଘଟଣାରେ ୩୯ ଯାତ୍ରୀ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଦୁଇଟି ଟ୍ରେନ ଧକ୍କା ଦେବାରୁ 39 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏନେଇ ସ୍ପେନ ପୋଲିସ ସୂଚନା ଦେଇଛି । ଏକ ହାଇସ୍ପିଡ ଟ୍ରେନ ଟ୍ରାକରେ ଆସୁଥିବା ବେଳେ ହଠାତ ଲାଇଚ୍ୟୁତ ହୋଇ ଅନ୍ଯ ଟ୍ରାକରେ ଆସୁଥିବା ଟ୍ରେନକୁ ଧକ୍କା ଦେଇଥିବା କହିଛନ୍ତି ଦେଶର ପରିବହନ ମନ୍ତ୍ରୀ । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ରେଳ ଅପରେଟର ଆଦିଫ୍‌ ଅନୁଯାୟୀ, 300 ଯାତ୍ରୀଙ୍କୁ ମାଲାଗା ଏବଂ ମାଡ୍ରିଡ ମଧ୍ୟରେ ଚାଲୁଥିବା ଏକ ସନ୍ଧ୍ୟାକାଳୀନ ଟ୍ରେନର ସ୍ଥାନୀୟ ସମୟ ସନ୍ଧ୍ୟା 7ଟା 45 ମିନିଟରେ କର୍ଡୋବା ନିକଟରେ ଲାଇନଚ୍ୟୁତ ହୋଇଥିଲା । ଏହାପରେ ଅନ୍ୟ ଏକ ଟ୍ରେନ ମାଡ୍ରିଡରୁ ଦକ୍ଷିଣ ସ୍ପେନିସ ସହର ହୁଏଲଭାକୁ ଆସୁଥିବା ବେଳେ ତାକୁ ଧକ୍କା ଦେଇଥିଲା । ଏହି ଟ୍ରେନରେ 200 ଯାତ୍ରୀ ଥିଲେ । ସ୍ପେନର ପରିବହନ ମନ୍ତ୍ରୀ ଓସ୍କାର ପୁଏଣ୍ଟେ କହିଛନ୍ତି, ” ଟ୍ରେନ ଦୁର୍ଘଟଣାରେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିପାରେ । କେଉଁ କାରଣ ଯୋଗୁଁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ । ଲାଇନଚ୍ୟୁତ ହୋଇଥିବା ଟ୍ରେନଟି 4 ବର୍ଷ ପୁରୁଣା । ଟ୍ରେନଟି ଘରୋଇ କମ୍ପାନୀ ଇରିଓ ତିଆରି କରିଥିଲା । ଦ୍ବିତୀୟ ଟ୍ରେନଟିକୁ ସ୍ପେନର ପବ୍ଲିକ କମ୍ପାନୀ ରେନଫେର କରିଥିଲା, ଯାହା ଅଧିକ କ୍ଷତି ହୋଇଛି । ” ପ୍ରଥମେ ଟ୍ରେନର ପଛଭାଗ ଲାଇନଚ୍ୟୁତ ହୋଇଥିଲା । ଏହାପରେ ବିପରିତ ଦିଗରୁ ଆସୁଥିବା ଟ୍ରେନକୁ ସାମ୍ନାପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଏହାର ପ୍ରଥମ ଦୁଇଟି ବଗି ଟ୍ରାକରୁ ଖସିଯାଇଥିଲା । ” ଇରିଓ ଏକ ବିବୃତ୍ତି ଜାରି କରି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button