ଆଇଏଏସ୍‌ ପଦରୁ ବିଦା ହେଲେ ପୂଜା ଖେଡକର

ନୂଆଦିଲ୍ଲୀ: ବିବାଦରେ ଥିବା ଟ୍ରେନ ଅଫିସର ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ପୂଜାଙ୍କୁ ଆଇଏସ ନିୟମ ୧୯୫୪ର ଧାରା ୧୨ ଅଧୀନରେ କେନ୍ଦ୍ର ସରକାର କାର୍ୟ୍ୟାନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତତ୍କାଳ ଭାବେ ଲାଗୁ ହୋଇଥିବା ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ପୂଜା ବେଆଇନ ଭାବେ ଆଇଏଏସ୍‌ ପଦ ହାତେଇଥିବା ଜଣାପଡ଼ିବା ପରେ ପ୍ରଥମେ ୟୁପିଏସ୍‌ସି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜୁଲାଇ ୩୧ରେ ୟୁପିଏସସି ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ବାତିଲ କରିଥିଲା ଓ ତାଙ୍କୁ ଭବିଷ୍ୟତରେ ପ୍ରଶାସନିକ ସେବାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲା।

Related Articles

Leave a Reply

Your email address will not be published.

Back to top button