ଅସୁବିଧାର ସମ୍ମୁଖୀନ ଜନସାଧାରଣ, କନିକା ତହସିଲ କାର୍ଯ୍ୟାଳୟରେ ଖାଲି ପଡିଛି ପଦବୀ

କେନ୍ଦ୍ରାପଡା / ରାଜକନିକା : କେନ୍ଦ୍ରାପଡା ଜିଲ୍ଲାର କନିକା ତହସିଲ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରୁଛନ୍ତି ରାଜକନିକା ବ୍ଲକର ଜନସାଧାରଣ | ତୁରନ୍ତ କନିକା ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ପଦବୀ ପୂରଣ ପାଇଁ ପ୍ରଶାସନକୁ ଦାବି କରିଛନ୍ତି ରାଜକନିକା ଅଂଚଳବାସୀ |

ପ୍ରାୟତଃ ବନ୍ୟା, ବାତ୍ୟା ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ଅଧିବାସୀ | ପ୍ରତି ବର୍ଷ ଏ ଅଂଚଳର ଲୋକେ କିଛି ନା କିଛି ବିପଦର ସାମ୍ନା କରି ଉଠିବାକୁ ଚେଷ୍ଟା କଲାବେଳେ ପୁଣି ଏକ ନୂଆ ବିପଦ ମାଡିଆସୁଛି | ଏଭଳି ସ୍ଥିତିରେ ଏଠିକାର ଅଞ୍ଚଳବାସୀଙ୍କୁ ସରକାରୀ ସୁବିଧା ସୁଯୋଗ ଦେବା ପାଇଁ ତହସିଲ କାର୍ଯ୍ୟାଳୟ ଖୋଲା ରହିଛି | କିନ୍ତୁ ଦୁଃଖର ବିଷୟ କନିକା ତହସିଲ କାର୍ଯ୍ୟାଳୟରେ ଆବଶ୍ୟକୀୟ କର୍ମଚାରୀ ଅଭାବରୁ ଏଠିକାର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଅନେକ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି ମଧ୍ୟ | ଏଠାକୁ ଦୈନିକ ଶହ ଶହ ଲୋକେ ଆସୁଛନ୍ତି ନିଜର ରାଜସ୍ୱ ବିଭାଗ ର କାର୍ଯ୍ୟ ପାଇଁ , ମାତ୍ର କନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କୁ ଛାଡ଼ି ଦେଲେ ଅଳ୍ପ କେତେ ଜଣ କର୍ମଚାରୀ ମାନଙ୍କୁ ନେଇ ଚାଲିଛି କନିକା ତହସିଲ କାର୍ଯ୍ୟାଳୟ | ବେଳେବେଳେ ଜନ ଅସନ୍ତୋଷର ମଧ୍ୟ ଶିକାର ହୁଅନ୍ତି ତହସିଲ କର୍ମଚାରୀ | କେତେକ ଖାଲି ଥିବା ପଦବୀ ନିମ୍ନରେ ଦିଆଗଲା |

ଆଢିସନାଲ ତହସିଲଦାର – ୧ ଜଣ
ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ – ୧୩ ଜଣ
ରେଭିନ୍ୟୁ ଇନ୍ସପେକ୍ଟର – ୩ ଜଣ
ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର -୨ ଜଣ
ଆଡ଼ମିନିଷ୍ଟ୍ରେଟିଭ କର୍ମଚାରୀ – ୭ ଜଣ
ଗ୍ରୁପ ଡି- ନାଇଟ ୱାଚମ୍ୟାନ – ୨ ଜଣ
ଗ୍ରୁପ ଡି- ପ୍ରୋସେସ ସର୍ଭର – ୩ ଜଣ
ଗ୍ରୁପ ଡି- ପିଅନ – ୮ ଜଣ

କନିକା ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ଖାଲି ଥିବା ପଦବୀ ପୂରଣ ପାଇଁ ପ୍ରଶାସନକୁ ଦାବି କରିଛନ୍ତି ରାଜକନିକା ଅଂଚଳବାସୀ |

Related Articles

Leave a Reply

Your email address will not be published.

Back to top button