ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରମିକ କଲ୍ୟାଣ କେବଳ ଏକ ସାଂଗଠନିକ କାର୍ଯ୍ୟ ନୁହେଁ, ବରଂ ଏହା ଏକ ଦାୟିତ୍ୱବାନ ବୈଚାରିକ ଆନ୍ଦୋଳନ ଯାହା ରାଷ୍ଟ୍ର ନିର୍ମାଣର ମୂଳଦୁଆ ସଦୃଶ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଧାମ ପୁରୀ ଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ତ୍ରୈବାର୍ଷିକ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରମିକମାନଙ୍କୁ ଦେଶ ଗଠନର ମୁଖ୍ୟ ଆଧାରଶିଳା ଭାବେ ଅଭିହିତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଆଦର୍ଶରେ ‘ଶ୍ରମର ସମ୍ମାନ’ ପାଇଁ ଭାରତୀୟ ମଜଦୁର ସଂଘ ସର୍ବଦା ସମର୍ପିତ। ସଂଗଠନ ନିଜର ପ୍ରତିଷ୍ଠା କାଳରୁ ରାଷ୍ଟ୍ରହିତ, ଶ୍ରମିକ କଲ୍ୟାଣ ଏବଂ ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ସହିତ କାର୍ଯ୍ୟ କରି ଶ୍ରମିକମାନଙ୍କ ଅଧିକାର, ମର୍ଯ୍ୟାଦା ଓ ସାମାଜିକ ନ୍ୟାୟକୁ ସୁଦୃଢ଼ କରିବାରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି। ଶ୍ରମଶକ୍ତିକୁ ସସମ୍ମାନ ଜୀବନ ଦେଲେ ଅର୍ଥନୀତି ଦୁଇଗୁଣିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅନେକ ବର୍ଷ ପରେ ଶ୍ରମିକଙ୍କ ପାଇଁ ‘ସର୍ବନିମ୍ନ ମଜୁରୀ’ ବୃଦ୍ଧି କରିଛନ୍ତି। ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ଥିବା ୨୫ ଲକ୍ଷ ସହାୟିକା, ଅଙ୍ଗନବାଡି ତଥା ଆଶା ଦିଦିଙ୍କ କଲ୍ୟାଣ ଦିଗରେ ସରକାର ନିରନ୍ତର କାମ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button