ଅବକାରୀ ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ କେଜ୍ରିୱାଲଙ୍କୁ କୋର୍ଟ ପରିସରରେ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କ ନିକଟରେ ହାଜର କରାଯାଇଥିଲା। କେଜ୍ରିୱାଲଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ କୋର୍ଟଙ୍କ ନିକଟରେ ଇଡି ଦାବି କରିଥିଲା। ଇଡି କହିଥିଲା ଯେ, ପଚରାଉଚରା ବେଳେ ମୁଖ୍ୟମନ୍ତ୍ରୀ ଆଦୌ ସହଯୋଗ କରିନାହାଁନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କୁ କହିଛନ୍ତି ଯେ, କେଜ୍ରିୱାଲଙ୍କ ଆଚରଣ ଅସହଯୋଗୀ ହୋଇଛି ଏବଂ ସେ ଏପଟ ସେପଟଉତ୍ତର ଦେଉଛନ୍ତି। ଅନୁସନ୍ଧାନରେ ସହଯୋଗ କରୁନାହାଁନ୍ତି। ଭବିଷ୍ୟତରେ ଆମକୁ ହେପାଜତ ଆବଶ୍ୟକ ହୋଇପାରେ। କେଜ୍ରିୱାଲ ଡିଜିଟାଲ ଉପକରଣଗୁଡ଼ିକର ପାସୱାର୍ଡ ଦେଇନାହାଁନ୍ତି। ଏହା ପରେ ବିଚାରପତି ତାଙ୍କୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲଙ୍କ ଓକିଲ ଜେଲରେ କିଛି ଜରୁରୀ ଔଷଧ ଏବଂ ତିନୋଟି ପୁସ୍ତକ ଯୋଗାଇବାକୁ ଦାବି କରିଛନ୍ତି। ଦାବି ହୋଇଥିବା ତିନୋଟି ପୁସ୍ତକର ନାମ ହେଉଛି ରାମାୟଣ, ମହାଭାରତ ଏବଂ ପ୍ରଧାନମନ୍ତ୍ରୀ କିପରି ନିଷ୍ପତ୍ତି ନିଅନ୍ତି (ସାମ୍ବାଦିକ ନୀରଜା ଚୌଧୁରୀଙ୍କ ଦ୍ୱାରା ଲିଖିତ)। ଅସୁସ୍ଥତାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ଜେଲ ଭିତରେ ଏକ ସ୍ୱତନ୍ତ୍ର ଡାଏଟ୍ ମଧ୍ୟ ଦାବି କରିଛନ୍ତି।

Related Articles

Leave a Reply

Your email address will not be published.

Back to top button