ଉମେଶ ପାଲ୍‌ ହତ୍ୟାଘଟଣା : ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟାର

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଅତିକ ଅହମଦର ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମକୁ ଧରିବା ପାଇଁ ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ର ଜୋରଦାର ଉଦ୍ୟମ କରୁଥିଲେ ବି ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ଦେଶର ଏକାଧିକ ସହରରେ ଚଢ଼ଉ କରୁଥିଲେ ବି ଗୁଡ୍ଡୁ ପାଖରେ ପହଞ୍ଚି ପାରୁ ନାହାନ୍ତି। ଏହାରି ମଧ୍ୟରେ ଗୁଡ୍ଡୁକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସେ କିଛି ଦିନ ବରଗଡରେ ଥିବା ନେଇ ସୂଚନା ମିଳିଛି। ସେ ଗତ ଏପ୍ରିଲ ୨ରୁ ୧୩ ଯାଏ ଓଡ଼ିଶାରେ ଲୁଚିଥିଲା ବୋଲି ଚର୍ଚ୍ଚା ହେଉଛି। ଏହା ପରେ ସେ ଛତିଶଗଡ ଚାଲିଯାଇଥିଲା ‌ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଛତିଶଗଡ଼ ଯିବା ବେଳେ ସେ ନିଜର ବ୍ୟାଗ ଛାଡିଯାଇଥିଲା। ଫେରାର ପୂର୍ବରୁ ସେ ଓଡ଼ିଶାରେ ୧୨ ଦିନ ରହିଥିଲା ନେଇ ଚର୍ଚ୍ଚା ହେଉଛି। ସେ ମିରଟ, ଆଜମେର, ଝାନସି, ନାସିକ, ପୁଣେ ପରେ ସେ ବରଗଡ଼ ଆସିଥିଲା। ପ୍ରୟାଗରାଜରେ ଗତ ଫେବ୍ରୁଆରି ୨୪ ତାରିଖରେ ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାଘଟଣାର ୧୦ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନ୍ୟତମ କୁହାଯାଉଥିବା ଗୁଡ୍ଡୁ ମୁସଲିମ୍‌ ବିଭିନ୍ନ ରାଜ୍ୟରେ ଲୁଚିବା ପରେ ଶେଷରେ ପୁରୀରେ ପହଞ୍ଚିଥିଲା। ଲୋକେସନ୍‌ ଟ୍ରାକ୍‌ କରି ଉତ୍ତର ପ୍ରଦେଶ ଏସଟିଏଫ ପୁରୀରେ ପହଞ୍ଚିଥିଲା। କିନ୍ତୁ ଏସ୍‌ଟିଏଫ୍‌ ତାପାଖରେ ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା ବୋଲି ଚର୍ଚ୍ଚା ହେଉଛି। ଉମେଶ ପାଲ୍‌ ହତ୍ୟାଘଟଣାର ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇ ସାରିଥିବା ବେଳେ ଗୁଡ୍ଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଗୁଡ୍ଡୁ ମୁସଲିମ ଜଣେ ବୋମା ବିଶେଷଜ୍ଞ ଭାବେ ବେଶ ପରିଚିତ ବୋଲି ପୁଲିସ କହିଛି। ପ୍ରୟାଗରାଜରେ ସେ ଉମେଶ ପାଲଙ୍କୁ ହତ୍ୟା କରିବା ପୂର୍ବରୁ ପ୍ରଥମେ ବୋମା ମାଡ଼ କରିଥିଲା। ଗୁଡ୍ଡୁ ମୁସଲିମକୁ ଧରିବା ପାଇଁ ପୁଲିସ୍‌ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି।

Related Articles

Leave a Reply

Your email address will not be published.

Back to top button