କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ଆସିଲା ୟୁଜିସି ତଦନ୍ତ ରିପୋର୍ଟ

ଭୁବନେଶ୍ଵର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ଆସିଲା ୟୁଜିସି ତଦନ୍ତ ରିପୋର୍ଟ। ଏହି ଘଟଣା ନେଇ ଡ ନାଗେଶ୍ବର ରାଓଙ୍କ ନେତୃତ୍ବରେ ୟୁଜିସର ଏକ ଟିମ ତଦନ୍ତ କରିଥିଲେ। ସେମାନେ ଦେଇଥିବା ରିପୋର୍ଟକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି। ଏହି ରିପୋର୍ଟରେ ୟୁଜିସି ଟିମ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଦାୟୀ କରିଛନ୍ତି। ତେବେ ଏହି ତଦନ୍ତ ରିପୋର୍ଟରେ ଯେଉଁ ସାଂଘାତିକ ତଥ୍ୟ ରହିଛି ତାହା ହେଲା, ଛାତ୍ରୀ ମୃତ୍ୟୁ ପଛରେ ଅବୈଧ ଏବଂ ବେଆଇନି କାର୍ଯ୍ୟକଳାପ ରହିଛି। ଯେଉଁଥିପାଇଁ ଛାତ୍ରୀ ଜଣଙ୍କ ସହୟ କରି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କୁହାଯାଇଛି। ଚଳିତ ବର୍ଷ ଫେବୃୟାରୀ ମାସରେ କିଟ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣା ଆସିବା ପରେ ସାରା ଦେଶରେ ଏହି ଅନୁଷ୍ଠାନକୁ ନିନ୍ଦା କରାଯାଇଥିଲା। ଏପରିକି ନେପାଳରେ ମଧ୍ୟ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ମଧ୍ୟ ନିନ୍ଦା କରାଯାଇଥିଲା। ଏହି ଘଟଣାରେ ନେପାଳର ବୈଦେଶିକ ମନ୍ତ୍ରୀ ହସ୍ତକ୍ଷେପ କରି ତଦନ୍ତ କରିବା ପାଇଁ କେନ୍ଦ୍ର ସରକରାଙ୍କୁ କହିଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ଏକ ଟିମ ତଦନ୍ତ କରୁଥିବା ବେଳେ ୟୁଜିସିର ଏକ ଟିମ ମଧ୍ୟ ତଦନ୍ତ କରିଥିଲେ। ବର୍ତ୍ତମାନ ୟୁଜିସି ରିପୋର୍ଟ ଦେବା ପରେ ପରବର୍ତ୍ତି ପଦକ୍ଷେପ କଣ ହେବ ତାହା ଉପରେ ନଜର। କାରଣ ୟୁଜିସି କିଟ୍ କର୍ତ୍ତୁପକ୍ଷଙ୍କୁ ଦାୟୀ କରି ସାଂଘାତିକ ରିପୋର୍ଟ ଦେବା ପରେ ଏହି ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି। ହେଲେ ସେହି କାର୍ଯ୍ୟାନୁଷ୍ଠାନ କଣ ହେବ ସେ ନେଇ ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା।