ପ୍ରବଳ ବର୍ଷା ରେ ଉବୁଟୁବୁ କଟକ :ଭୁଶୁଡିଲା ଶିଶୁଭବନ କାନ୍ଥ

ଭୁବନେଶ୍ବର: ବୁଧବାର ଅପରାହ୍ନ ରେ ପ୍ରବଳ ବର୍ଷା ଯୋଗୁଁ କଟକର ଶିଶୁ ଭବନର ନୂଆ ବିଲଡିଂ କାନ୍ଥ ଭୁଶୁଡ଼ି ପଡିଛି। ବିଲଡିଂ କାନ୍ଥ ଭୁଶୁଡ଼ିବାରୁ କିଛି ବାଇକ୍ ଚାପି ହୋଇଯାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର କିମ୍ୱା ଆହତ ହୋଇଥିବା ଖବର ଜଣାପଡ଼ିନାହିଁ। ଏହି‌ କୋଠା ଗତ ଏପ୍ରିଲ ମାସରେ ଉଦ୍‌ଘାଟନ ହୋଇଥିଲା। ପୂର୍ବ ସରକାରରେ ଏହି କୋଠା ନିର୍ମାଣ ହୋଇଛି। ସେହିପରି ସିଡିଏରେ ଏକ ରାସ୍ତା ଧସିଛି। ସିଡିଏ ସେକ୍ଟର-୧୦ ଅଞ୍ଚଳରେ ରାସ୍ତା ଧସିଛି। ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୨୦ ଫୁଟ ରାସ୍ତା ଦବିଛି। ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ଧସିବା ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହେଉଛି। ସହରରେ ଏବେ ବିଭିନ୍ନ ସ୍ଥାନରେ ହଠାତ ରାସ୍ତା ଧସିଯିବା ଯୋଗୁଁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ବର୍ଷା ପାଣିରେ ବାରଙ୍ଗ ବ୍ଲକ୍ ତ୍ରିଶୁଳୀଆ ଗାଁ ବୁଡିଛି। ଗ୍ରାମବାସୀ ଏବେ ଜଳ ବନ୍ଦୀ ହୋଇଛନ୍ତି। ଘରୁ ବାହାରିଲେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ଉପରେ ପାଣି। ପ୍ରତିବର୍ଷ ବର୍ଷା ଯିବା ପରେ କାର୍ତ୍ତିକ ମାସ ପର୍ଯ୍ୟନ୍ତ ପାଣି ଜମି ରହିଥାଏ। ପଚାସଢ଼ା ଦୁର୍ଗନ୍ଧରେ ଗ୍ରାମବାସୀଙ୍କ ଜୀବନ ବିତିଥାଏ। ଦୂର୍ଷିତ ପାଣିରୁ ନାନା ପ୍ରକାର ରୋଗରେ ଗ୍ରାମବାସୀମାନେ ଆକ୍ରାନ୍ତ ହୁଅନ୍ତି। ୫ ବର୍ଷ ହେବ ବର୍ଷା ଦିନେ ଗ୍ରାମବାସୀମାନେ ଏପରି ଅବସ୍ଥାରେ ରହିଆସୁଛନ୍ତି। ପ୍ରଶାସନ ନିକଟରେ ଗୁହାରି କଲେ ଶୁଦ୍ଧା ଜଳ ନିଷ୍କାସନର ବ୍ୟବସ୍ଥା ହୋଇପାରିଲା ନାହିଁ। ରାଜ୍ୟରେ ହଇଜା ଭୟ ଲାଗିରହିଥିବା ବେଳେ ଆଶଙ୍କାରେ ଗ୍ରାମବାସୀ l

Related Articles

Leave a Reply

Your email address will not be published. Required fields are marked *

Back to top button