୨ ଚକିଆ ଚଳାଇ ପାରିବେନି ନାବାଳକ

ନୂଆଦିଲ୍ଲୀ: : ୧୮ ବର୍ଷରୁ କମ ବୟସ୍କ ରାଜ୍ୟର କୌଣସି ସର୍ବସାଧାରଣ ସ୍ଥାନରେ ଦୁଇ ଚାରି ଚକିଆ ଯାନ ଚଳାଇବେ ନାହିଁ। ଏ ସମ୍ପର୍କରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପରିବହନ ବିଭାଗ ସହାୟତାରେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦୁଇ ଚକିଆ ଯାନ ଚଳାଇବା ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଏକ ଅଭିଯାନ ଚଳାଇ ଯୁବବର୍ଗମାନଙ୍କୁ ସଚେତନ କରାଯିବ। ଏହା ବ୍ୟତୀତ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନମାଧ୍ୟମରେ ସଡକ ସୁରକ୍ଷା ବିଷୟରେ ମଧ୍ୟ ସୂଚନା ଦିଆଯିବ । ଏହା ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟରେ ଏକ ସଡକ ସୁରକ୍ଷା କ୍ଲବ ଗଠନ କରାଯିବ। ସମସ୍ତ ଶ୍ରେଣୀର ଜଣେ ଛାତ୍ରୀ ଅବା ଛାତ୍ରଙ୍କୁ ସଡକ ସୁରକ୍ଷା କ୍ୟାପଟେନ କରାଯିବ । ବିଦ୍ୟାଳୟରେ ସଡକ ସୁରକ୍ଷା ସୂଚନା ଉପରେ ଏକ କ୍ଲାସ ମଧ୍ୟ ଅନୁଷ୍ଠିତ ହେବ । ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନୋଡାଲ କରାଯିବ ଏବଂ ପରିବହନ ବିଭାଗ ସହାୟତାରେ ଅନଲାଇନ ଏବଂ ଅଫଲାଇନ ତାଲିମ ଦିଆଯିବ । ଏଥି ସହିତ, ୧୮ବର୍ଷରୁ କମ ପିଲାମାନେ କୌଣସି ମୋଟର ଯାନ ଚଲାଇବେ ନାହିଁ ବୋଲି ସଚେତନତା ସହିତ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।