ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ସହିଦ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଗୁଲମାର୍ଗ ସହରରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ଦୁଇ ଜଣ  ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି  । ଏହି ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି  । ଯବାନ ମାନେ ଏଲୋସି ଋ ୫ କିମି ଦୂର ବୋତପ୍ରଥୀରୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଗାଡିକୁ ଲକ୍ଷ୍ୟ କରି ଗୁଳିଚାଳନା କରିଥିଲେ । ଏହି ଆତଙ୍କବାଦୀମାନେ ପାକିସ୍ଥାନର ବ୍ୟାଟ ସ୍ପେଶାଲ ୟୁନିଟ୍ ର ବୋଲି ଅନୁମାନ କରାଯାଉଛି । ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଆରମ୍ଭ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button