ଗାଜା ଶାନ୍ତି ବୋର୍ଡରେ ସାମିଲ ହେବାକୁ ମୋଦିଙ୍କୁ ଟ୍ରମ୍ପଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ଶାନ୍ତି ବୋର୍ଡରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବୋର୍ଡ ଗାଜାରେ ସ୍ଥାୟୀ ଶାନ୍ତି ଆଣିବା ଦିଗରେ କାର୍ଯ୍ୟ କରିବ ଏବଂ ଏକକାଳୀନ ବିଶ୍ବବ୍ଯାପି ସଂଘର୍ଷ ସମାଧାନ ପାଇଁ ଏକ ସାହସିକ ରୂପରେ କାମ କରିବ । ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପଙ୍କ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଶାନ୍ତିକୁ ମଜବୁତ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ଏବଂ ଚମତ୍କାର ପ୍ରୟାସରେ ସାମିଲ ହେବାକୁ ପିଏମ ମୋଦିଙ୍କୁ ନିମନ୍ତ୍ରଣ କରିବା ମୋ ପାଇଁ ସମ୍ମାନଜନକ । ଏଥିସହ ବିଶ୍ବ ସଂଘର୍ଷର ସମାଧାନ ପାଇଁ ଏକ ସାହସିକତ ନୂତନ ପଦ୍ଧତି ଆରମ୍ଭ କରିବା । ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଗାଜା ଷ୍ଟ୍ରିପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତିନାମାର ଦ୍ବିତୀୟ ପର୍ଯ୍ୟାୟର ଅଂଶ ଭାବରେ ଏହି ବୋର୍ଡକୁ ଉନ୍ମୋଚନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button