ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ଟାରିଫ୍ ନିଷ୍ପତ୍ତିରେ ଅଟଳ ଟ୍ରମ୍ପ

ନୂଆଦିଲ୍ଲୀ: ଟାରିଫ୍ ନିଷ୍ପତ୍ତିରେ ଅଟଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ସୁପ୍ରିମକୋର୍ଟ ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଗ୍ଲୋବାଲ ଟାରିଫକୁ ଅବୈଧ ଘୋଷଣା କରିବା ପରେ ମଧ୍ୟ ସେ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ବାରା ଅବୈଧ ଘୋଷଣା ହେବା ପରେ ହ୍ୱାଇଟ୍ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି,’ଭାରତ ସହ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ ।’ ଆମେରିକାର ସୁପ୍ରିମକୋର୍ଟଙ୍କ ଝଟକା ପରେ ମଧ୍ୟ ନିଜ ଜିଦରେ ଅଟଳ ଡୋନାଲ୍ଡ ଟ୍ରମ୍ପ । ସୁପ୍ରିମକୋର୍ଟ ଟାରିଫକୁ ଅବୈଧ ଘୋଷଣା କରିବାର କିଛି ସମୟ ପରେ ପ୍ରତିକ୍ରିୟା ରଖିଛନ୍ତି ସେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି,”ମୁଁ ଭାବୁଛି ଭାରତ ସହିତ ମୋର ସମ୍ପର୍କ ଚମତ୍କାର ଏବଂ ଆମେ ଭାରତ ସହିତ ବ୍ୟବସାୟ କରୁଛୁ । ଭାରତ ଋଷଠାରୁ ଅଲଗା ହୋଇଗଲା । ଭାରତ ଋଷଠାରୁ ତେଲ ଆଣୁଥିଲା । ମୋର ଅନୁରୋଧରେ ସେମାନେ ପଛକୁ ହଟିଗଲେ, କାରଣ ଆମେ ଏହି ଭୟଙ୍କର ଯୁଦ୍ଧକୁ ସମାପ୍ତ କରିବାକୁ ଚାହୁଁଛୁ । ଯାହା ପ୍ରତି ମାସରେ 25,000 ଲୋକଙ୍କୁ ହତ୍ୟା କରୁଛି ।” ସେ ଆହୁରି ମଧ୍ୟ କହିଛନ୍ତି,”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ । ଗତ ଗ୍ରୀଷ୍ମ ଋତୁରେ ଶୁଳ୍କ ବ୍ୟବହାର କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ବନ୍ଦ କରାଯାଇଥିଲା । ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିଲି । ଆପଣ ଜାଣନ୍ତି ଯେ, ଏହି ଯୁଦ୍ଧରେ 10ଟି ବିମାନ ଖସାଇ ଦିଆଯାଇଥିଲା । ଏହି ଯୁଦ୍ଧ ଏକ ପରମାଣୁ ଯୁଦ୍ଧରେ ପରିଣତ ହୋଇଥାନ୍ତା । ତେଣୁ ଗତକାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବନ୍ଦ କରି 30 ନିୟୁତ ଜୀବନ ବଞ୍ଚାଇଛନ୍ତି । ମୁଁ କହିଥିଲି ଯେ, ଯଦି ତୁମେ ଯୁଦ୍ଧ କରିବାକୁ ଚାହୁଁଛ, ତେବେ ଠିକ୍ ଅଛି କିନ୍ତୁ ତୁମେ ଆମେରିକା ସହିତ ବାଣିଜ୍ୟ କରିବ ନାହିଁ । ଉଭୟଙ୍କୁ 200 ପ୍ରତିଶତ ଶୁଳ୍କ ଦେବାକୁ ପଡିବ ।”

Related Articles

Leave a Reply

Your email address will not be published. Required fields are marked *

Back to top button