ବୋଲେରୋକୁ ଧକ୍କା ଦେଲା ଟ୍ରକ, ୫ ପୋଲିସ ମୃତ

ଭୁବନେଶ୍ବର: ଝାରସୁଗୁଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲେ ଟ୍ରକ୍ ଏବଂ ପୋଲିସ ଗାଡ଼ି, ପାଞ୍ଚ ପୋଲିସ କର୍ମଚାରୀ ମୃତ । ଆଜି ଭୋର ସମୟରେ ଝାରସୁଗୁଡା ସଦର ଥାନା ସମ୍ମୁଖରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରଲର ଆସି ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ରହିଛନ୍ତି । ସକାଳୁ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ପୋଲିସ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୋଲିସ ଗାଡିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଖବର ସାରା ଅଞ୍ଚଳରେ ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକ ଓ ପୋଲିସ ପ୍ରଶାସନ ପହଞ୍ଚି ଗାଡି ଭିତରୁ ମୃତଦେହ ଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।



