ଖାଇକୁ ଖସିଲା ଟ୍ରକ: ୧୭ ମୃତ

ନୂଆଦିଲ୍ଲୀ: ଅରୁଣାଞ୍ଚଳପ୍ରଦେଶରେ ବଡ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଖସିଲା ଟ୍ରକ । ଦୁର୍ଘଟଣାରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାର ହାୟୁଲିଆଙ୍ଗ-ଚଗଲାଗାମ ରାସ୍ତାରେ ଘଟିଛି । ବସରେ ୨୨ ଜଣ ଯାତ୍ରୀ ଥିଲେ । ସୂଚନା ଅନୁସାରେ, ଶ୍ରମିକମାନେ ତିନସୁକିଆର ଗେଲାପୁଖୁରୀ ଚା ଷ୍ଟେଟରୁ ନିର୍ମାଣ କାର୍ଯ୍ୟ ପାଇଁ ହାୟୁଲିଆଙ୍ଗକୁ ଟ୍ରକରେ ଯାଉଥିଲେ । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ୧୦୦୦ ଫୁଟ ଖାଇକୁ ଖସିପଡିଥିଲା । ଘଟଣାସ୍ଥଳରେ ହିଁ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଏଯାଏ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଡିସେମ୍ବର ୮ ତାରିଖରେ ଘଟିଥିଲା । ତେବେ କର୍ତ୍ତୃପକ୍ଷ ମୃତକଙ୍କ ପରିବାର ସହିତ ଯୋଗାଯୋଗ କରି ସେମାନଙ୍କୁ ପୂର୍ଣ୍ଣସମର୍ଥନ ପ୍ରଦାନ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଖରାପ ପାଗ, ଭୁସ୍ଖଳନ ଦୁର୍ଘଟଣାର ଅନ୍ୟ ଏକ କାରଣ ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button