ଟ୍ରକ୍ -ବସ୍‌ ମୁହାଁମୁହିଁ ଧକ୍କା: ୩୦ରୁ ଅଧିକ ଆହତ

ଭୁବନେଶ୍ବର : ମୁଣ୍ଡଳୀ ରାସ୍ତା ଛତାବର ନିକଟରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୦ ଜଣ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଆଠଗଡ଼ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାରକରିଛନ୍ତି  ।  ବସ୍ ଟି ଆଠଗଡ଼ରୁ କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।  ସମସ୍ତ ଆହାତ ସମସରପୁର ପଞ୍ଚାୟତର ହୋଇଥିବା ସୂଚନା ମିଳିଛି । ଆୟୂଷ୍ମାନ ଯୋଜନାର ଶୁଭାରମ୍ଭରେ ଯୋଗ ଦେବାକୁ କଟକ ଯାଉଥିଲେ ବୋଲି ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button