ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

ଭୁବନେଶ୍ଵର: ଏବେ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ। ୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟକୁ ଅଧିକ ୧୮ ପ୍ରତିଶତ ପର୍ଯ୍ୟଟକ ଆସିଛନ୍ତି। ତାହା ମଧ୍ୟରୁ ଆମେରିକା ଓ ଜାପାନର ପର୍ଯ୍ୟଟକ ସର୍ବାଧିକ।ଓଡ଼ିଶାର ସଂସ୍କୃତି ଓ ପରିବେଶ ପର୍ଯ୍ୟଟନ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶେଷକରି କୋଣାର୍କର ସୂର୍ଯ୍ୟମନ୍ଦିର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପସନ୍ଦର ସ୍ଥାନ ହୋଇଥିବାବେଳେ ରତ୍ନଗିରି ଓ ଲଳିତଗିରି ପ୍ରତି ବିଦେଶୀ ପର୍ଯ୍ୟଟକ ଅଧିକ ସଂଖ୍ୟାରେ ଆକର୍ଷିତ ହେଉଛନ୍ତି ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button