ସମୀକ୍ଷା ହେବ, ବିଜେଡି-ବିଜେପି ହିଁ ରାଜନୀତି କରିବେ: ମନମୋହନ ସାମଲ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବାଜିମାତ କରିଥିବାବେଳେ ଏହାରି ଭିତରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଝାରସୁଗୁଡ଼ା ଉପନିର୍ବାଚନ ନେଇ ସମୀକ୍ଷା ହେବ । ଓଡ଼ିଶାରେ ପୋଲାରାଇଜେସନ ଆରମ୍ଭ ହୋଇଛି । ପୋଲାରାଇଜେସନରେ କଂଗ୍ରେସ ଏକପ୍ରକାର ପ୍ରତ୍ୟାଖାନ ହୋଇଛି ।  ଏହି ପୋଲାରାଇଜେସନରେ ବିଜେଡି ଓ ବିଜେପି ହିଁ ରାଜନୀତି କରିବେ । ଉପନିର୍ବାଚନ ଫଳାଫଳ ପ୍ରାୟତଃ ଶାସକ ଦଳ ସପକ୍ଷରେ ଯାଇଥିଲେ । ଉପନିର୍ବାଚନ ଫଳାଫଳକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ ।  ବିଜେପି ବହୁ ଉତଥାନ ପତନ ଦେଖିଛି । ଦଳ ପୁଣି ଆଗକୁ ବଢିବ । ଝାରସୁଗୁଡ଼ାରେ ବିଜେପି ବହୁ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ବିଜେପି ନିର୍ବାଚନ ଲଢୁଥିଲା । ଫଳାଫଳ ନେଇ ସମୀକ୍ଷା କରାଯିବ । ନିର୍ଯାସ ଅନ୍ୟ ସ୍ଥାନରେ ପ୍ରୟୋଗ ହେବ ବୋଲି ବିଜେପି ରାଜ୍ୟସଭାପତି ମନମୋହନ ସାମଲ କହିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଥିବା ଭୋଟ ଗଣତି ଶେଷ ହୋଇଛି। ସମସ୍ତ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ବାଜିମାତ କରିଛନ୍ତି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ସେ ପରାସ୍ତ କରିଛନ୍ତି। ଏନେଇ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି। ମୋଟ ୪୮ ହଜାର ୬୧୯ ଭୋଟରେ ଦୀପାଳି ଦାସ ବିଜୟୀ ଲାଭ କରିଛନ୍ତି।ପ୍ରକାଶ ଯେ ଭୋଟ ଗଣତି ଆରମ୍ଭରୁ ହିଁ ବିଜେଡି ଆଗକୁ ଆଗକୁ ମାଡ଼ି ଚାଲିଥିଲା । ବିଜେଡିର ଭୋଟ ଗାଡ଼ି ଅଟକି ନଥିଲା । ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗକୁ ଚାଲିଥିବାବେଳେ ବିଜେଡିର ଦୀପାଳି ଦାସଙ୍କ ଭୋଟ ବ୍ୟବଧାନ ବି ବଢିଚାଲିଥିଲା । ପ୍ରଥମ ରାଉଣ୍ଡରୁ ହିଁ ବିଜେଡି  ଉଭୟ ବିଜେପି ଓ କଂଗ୍ରେସ ସହ ଅନ୍ୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଥିଲା ।

Related Articles

Leave a Reply

Your email address will not be published.

Back to top button